କରୋନାରେ ପୁଅର ମୃତ୍ୟୁ ପରେ ବାପାମା’ଙ୍କ ଆତ୍ମହତ୍ୟା ଘଟଣା : ୧୮ ଘଣ୍ଟା ପରେ ଉଠିଲା ଶବ, ବ୍ରହ୍ମପୁରରେ ସଂସ୍କାର

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

କବିସୂର୍ଯ୍ୟନଗର : ପୁଅର କରୋନା ପଜିଟିଭ୍ ବାହାରିବା କ୍ଷଣି ସାହିପଡ଼ିଶା ଓ ଆତ୍ମୀୟସ୍ବଜନ ମିଳାମିଶା ବନ୍ଦ କରିଦେଲେ। କେହି କଥା ପଦେ ବି କହିଲେ ନାହିଁ। ବର୍ଷ ବର୍ଷର ମଧୁର ସଂପର୍କକୁ ଯେମିତି ଭାଇବନ୍ଧୁ ନିମିଷକରେ ଭୁଲି ଯାଇଥିଲେ। ଆଉ ଏଭଳି ପରିସ୍ଥିତିରେ ପୁଅର ମୃତ୍ୟୁ ଖବର ଶୁଣି ବାପାମା’ଙ୍କ ପାଦତଳୁ ମାଟି ଧସିଯାଇଥିଲା। ପୁଅ ବିନା ଜୀବନର ଆଉ କିଛି ମୂଲ୍ୟ ନାହିଁ, ଏହା ଭାବି ଦମ୍ପତି ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ଗ୍ରହଣ କଲେ। ଖାଲି ଏତିକି ନୁହେଁ, ଦମ୍ପତିଙ୍କ ଶବ ୧୮ ଘଣ୍ଟା କାଳ ସେମିତି ପଡ଼ି ରହିଥିଲେ ବି କାହାର ହୃଦୟ ତରଳିଲାନି।

publive-image

ଦୀର୍ଘ ୧୮ ଘଣ୍ଟା ପରେ ଆଜି ଅପରାହ୍‌ଣରେ କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ସଦଳବଳ ପହଞ୍ଚିଥିଲେ। ସଂପର୍କୀୟ ମାନଙ୍କୁ ପିପିଇ କିଟ୍ ଦିଆଯାଇଥିଲା। ସେମାନେ ଶବକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ବ୍ରହ୍ମପୁରଠାରେ ହିଁ ସଂପର୍କୀୟମାନେ ସଂସ୍କାର କରିଛନ୍ତି। କବିସୂର୍ଯ୍ୟନଗର ଥାନାରେ ଏସଂକ୍ରାନ୍ତରେ କେସ୍ ନମ୍ବର ୮ ଓ କେସ୍ ନମ୍ବର ୯ ଅନୁସାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe