ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ବାପପୁଅ ଗିରଫ

Advertisment
ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

କେନ୍ଦୁଝର : କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଘଟଣାରେ ପୁଲିସ ବାପପୁଅକୁ ଗରିଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନାବାଳିକା ଜଣଙ୍କ ହେଉଛନ୍ତି ମା’ ଛେଉଣ୍ଡ। ବାପା କାମକୁ ପଳାଇବା ପରେ ସେ ଏକାକୀ ଘରେ ରୁହନ୍ତି। ଏହି ସମୟରେ ରାଉରକେଲା ଅଞ୍ଚଳର ଜଣେ ଟ୍ରକ୍‌ ଚାଳକ ବୁବୁନ ସେଠୀ ନାବାଳିକାଙ୍କୁ ପ୍ରେମଜାଲରେ ଫସାଇଥିଲେ। ଅକ୍ଟୋବର ୨୬ ତାରିଖରେ ବୁବୁନ ବିବାହ କରିବାକୁ ପ୍ରତିଶ୍ରୁତି ତାଙ୍କୁ ଅପହରଣ କରିଥିଲେ। ଦୁଷ୍କର୍ମ କରିବା ପରେ ଛାଡ଼ି ଦେଇଥିଲେ। ନାବାଳିକା ଜଣଙ୍କ ରିମୁଳି ଅଞ୍ଚଳରେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ କିଛି କିନ୍ନର ତାଙ୍କୁ ଉଦ୍ଧାର କରି ଘରେ ଆଣି ଛାଡ଼ିଥିଲେ।

କିଛିଦିନ ପରେ ପୁଣି ବୁବୁନ ଆସି ନାବାଳିକାଙ୍କୁ ନେଇ ତାଙ୍କ ଘରେ ଚାରିମାସ ରଖିଥିଲେ। ପରେ ବୁବୁନର ବାପା ଦୋଳଗୋବିନ୍ଦ ସେଠୀ ନାବାଳିକାଙ୍କୁ ତାଙ୍କ ଘରେ ଛାଡ଼ିଦେବେ ବୋଲି କହି ରାସ୍ତାରେ ଜଣେ ସମ୍ପର୍କୀୟଙ୍କ ଘରେ ରଖି ଦୁଷ୍କର୍ମ କରିଥି‌ଲେ। ପରେ ନାବାଳିକାଙ୍କୁ ଆଣି ତାଙ୍କ ଘରେ ଛାଡ଼ି ଚାଲିଯାଇଥିଲେ। ଏ ସମ୍ପର୍କରେ ନାବାଳିକା ଜଣଙ୍କ ତାଙ୍କ ବାପାଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବାପପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe