ବଗେଇପଦର ହତ୍ୟାକାଣ୍ଡର ପର୍ଦ୍ଦାଫାସ: ନାବାଳକ ପୁଅ ସହ ବାପା ଗିରଫ

Advertisment

ସୁନା, ଗାଡି ଓ ପଇସା ପାଇଁ ହତ୍ୟା କରିଥିଲା ସୂର୍ଯ୍ୟ ରାଓ, ଶ୍ରୀକାକୁଲମ ଜିଲ୍ଲାରେ ୨୦ଟି ଲୁଟ ମାମଲା

ସୁନା, ଗାଡି ଓ ପଇସା ପାଇଁ ହତ୍ୟା କରିଥିଲା ସୂର୍ଯ୍ୟ ରାଓ, ଶ୍ରୀକାକୁଲମ ଜିଲ୍ଲାରେ ୨୦ଟି ଲୁଟ ମାମଲା

ବଗେଇପଦର ହତ୍ୟାକାଣ୍ଡର ପର୍ଦ୍ଦାଫାସ: ନାବାଳକ ପୁଅ ସହ ବାପା ଗିରଫ

କୋରାପୁଟ: କୋରାପୁଟ ବ୍ଲକ ଦେଓଘାଟି ନିକଟ ବଗେଇପଦର ପାହାଡ ତଳୁ ମିଳିଥିବା ଯୁବକ ଅମୂଲ୍ୟ କୁମାର ତ୍ରିପାଠୀଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ଘଟଣାର ହୋଇଛି ପର୍ଦ୍ଦାଫାସ। ଏହି ଘଟଣାର ୨୧ ଦିନ ପରେ ସଦର ପୁଲିସ ଆଜି ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଆନ୍ଧ୍ରର ଶ୍ରୀକୁଲମ ଅଞ୍ଚଳର କେ.ସୁର୍ଯ୍ୟ ରାଓ। ଆଜି ସ୍ଥାନୀୟ ସଦରଥାନାରେ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ, ଏସଡିପିଓ ମନୋଜ ପୂଜାହାରୀ ଓ ଆଇଆଇସି କୀରଣବାଳା ସାମଲ ଏକ ସାମ୍ବାଦିକ କରି ଘଟଣାର ପର୍ଦ୍ଦାଫାସ କରିଛନ୍ତି।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଇରିଗେସନ କଲୋନ‌ିରେ କିରାଣା‌ ଓ ପାନଦୋକାନୀ ଭାବେ ପ୍ରକାଶ ରାଓ (୪୫) ନାମରେ ନାମ ବଦଳାଇ ରହୁଥିଲା ସୂର୍ଯ୍ୟ। ତାଙ୍କ ସହ ଦଶମ ଶ୍ରେଣୀ ପାସ କରିଥିବା ନାବାଳକ ପୁଅଙ୍କୁ ପୁଲିସ ହେପାଜତରେ ରଖିଛି। ସୂର୍ଯ୍ୟ ଓରଫ ପ୍ରକାଶଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ପୁଅଙ୍କୁ ସିଡବ୍ଲୁସି ଓ ଜୁଭ‌େନାଇଲ କୋର୍ଟରେ ଉପସ୍ଥାପନ କରିବ ସଦର ପୁଲିସ। ତେବେ ସୂର୍ଯ୍ୟ ଜଣେ ପେଶାଦାର ଲୁଟେରା ହୋଇଥିବାରୁ ସୁନା, ଗାଡି ଓ ପଇସା ପାଇଁ ହତ୍ୟା କରିଥିବା ପୁଲିସ ନିଟକରେ ମାନିଛି। ସୂର୍ଯ୍ୟ ରାଓ ଓ ଅମୂଲ୍ୟଙ୍କ ସହ ଦୂର ଦୂର ଯାଏ କୌଣସି ସମ୍ପର୍କ ନାହିଁ। କିନ୍ତୁ ସେ ହତ୍ୟା କରିଥିବା ସହ ପ୍ରମାଣ ନଷ୍ଟ କରିବାକୁ ଭିଆଇଥିଲା ନାନା ନାଟକ। ଆଜି ପୁଲିସ ଏହାର ପର୍ଦ୍ଦାଫାସ କରିଛି।

publive-image

ଗତମାସ ୨୮ ତାରିଖ ଦିନ ସନ୍ଧ୍ୟାରେ ଏକ ହୋଟେଲରେ ମଦ୍ୟପାନ କରିବାକୁ ଯାଇଥିଲେ ଅମୂଲ୍ୟ। ସେଠାରେ ସେ ମଦ୍ୟପାନ କରିଥିଲେ ମଧ୍ୟ ଅର୍ଥ ଦେବାକୁ ଅସମର୍ଥ ଥିଲେ। ଏହାର ସୁଯୋଗ ନେଇ ସୂର୍ଯ୍ୟ ତାଙ୍କୁ ସହଯୋଗ କରିଥିଲେ। ତାଙ୍କ ପଇସା ଦେବା ସହ ହୋଟେଲରୁ ନେଇ ଆସିଥିଲେ। ଏହାପରେ ଜୟପୁର ଘାଟି ଦେଇ କୋରାପୁଟ ଆଣିଥିଲେ। ବଗେଇପଦର ନିକଟ ପାହାଡ ନିକଟରେ ପ୍ରଥମେ ଏକ ଛ‌ୋଟପଥର ଓ ପରେ ବଡ ପଥରରେ ଛେଚି ହତ୍ୟା କରିଥିଲା ସୂର୍ଯ୍ୟ। ଏହାପରେ ସେ ହାତରୁ ଏମ ମୁଦି, ପର୍ସ ଓ ମୋବାଇଲ ନେଇଯାଇଥିଲା। ସେ ଜୟପୁରକୁ ଯାଇଥିଲାବେଳେ ବାଟରେ ମୃତକଙ୍କ ବାଇକ(ଓଆର-୧୦-ସି-୬୬୭୭)ରେ ପେଟ୍ରୋଲ ଶେଷ ହୋଇଯିବାରୁ ଜଣଙ୍କ ମୋବାଇଲରୁ ପୁଅକୁ ଡାକିଥିଲା ସୂର୍ଯ୍ୟ। ପୁଅ ଜୟପୁର ଏକ ପେଟ୍ରୋଲ ଟାଙ୍କିରୁ ତେଲ ଆଣି ବାପାକୁ ଦେଇଥିଲେ। ଏହାପରେ ଦୁଇ ଜଣ କୋରାପୁଟକୁ ଆସି ବଗେଇପଦରରେ ପଡିଥିବା ଶିବାକୁ ପୋଡି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe