ପୁଅର ମୃତଦେହ ଦେଖି ଚେତାଶୂନ୍ୟ ହୋଇଗଲେ ବାପା, ଅଳ୍ପ ସମୟ ମଧ୍ୟରେ ଚାଲିଗଲା ଜୀବନ

Advertisment

ପରଲୋକରେ କଂଗ୍ରେସ ନେତା ଭୋଜରାଜ ସାହୁ, ଶେଷ ଦର୍ଶନ କରି ବାପା ଲୋକନାଥ ବି ଚାଲିଗଲେ 

ପରଲୋକରେ କଂଗ୍ରେସ ନେତା ଭୋଜରାଜ ସାହୁ, ଶେଷ ଦର୍ଶନ କରି ବାପା ଲୋକନାଥ ବି ଚାଲିଗଲେ 

ପୁଅର ମୃତଦେହ ଦେଖି ଚେତାଶୂନ୍ୟ ହୋଇଗଲେ ବାପା, ଅଳ୍ପ ସମୟ ମଧ୍ୟରେ ଚାଲିଗଲା ଜୀବନ

ବଲାଙ୍ଗୀର: ଏମିତି ବି କିଛି ଘଟଣା ଘଟିଥାଏ ଯାହା ବିଶ୍ୱାସ କରିହୁଏନି। ପ୍ରଥମେ ପୁଅର ମୃତ୍ୟୁ, ଆଉ ଶେଷ ଦର୍ଶନ ପାଇଁ ଯାଇଥିବା ବେଳେ ବାପାଙ୍କ ମୃତ୍ୟୁ। ବଲାଙ୍ଗୀରର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ଯୁବ କଂଗ୍ରେସ ସାଧାରଣ ସଂପାଦକ ଭୋଜରାଜ ସାହୁ (ଚମାର, ୫୨ବର୍ଷ)ଙ୍କ ସକାଳୁ ହୃଦ୍‌ଘାତରେ ପରଲୋକ ଘଟିଥିଲା। ସେ ବରଗଡ଼ରେ ଭାଇ ଘରେ ରହୁଥିବାରୁ ବଲାଙ୍ଗୀରରୁ ତାଙ୍କ ବାପା ମା’ ଶେଷଦର୍ଶନ ପାଇଁ ଯାଇଥିଲେ। ଆଉ ସେଠାରେ ପହଞ୍ଚିବା ପରେ ବାପା ଲୋକନାଥ ସାହୁ (୭୬ବର୍ଷ) ପୁଅର ମୃତ ଶରୀର ଦେଖି ଭାଙ୍ଗିପଡ଼ିଥିଲେ। ହଠାତ ସେ ଚେତାଶୂନ୍ୟ ହେବା ସହ ତାଙ୍କର ମଧ୍ୟ ପରଲୋକ ଘଟିଥିଲା। ଉଭୟଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ସହର ଓ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି।

publive-image

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଟିକ୍ରାପଡ଼ା ମୂଳବାସିନ୍ଦା ତଥା ବରପାଲିପଡ଼ା ନିବାସୀ ସ୍ୱର୍ଗତ ଭୋଜରାଜ ୩୦ ବର୍ଷ ଧରି କଂଗ୍ରେସ ଦଳ ସହ ଜଡ଼ିତ ରହିଥିଲେ। ପ୍ରଥମେ ଟାଉନ କଂଗ୍ରେସ ଓ ପରେ ଜିଲ୍ଲା ଯୁବ କଂଗ୍ରେସ ଦଳର କର୍ମକର୍ତ୍ତା ହୋଇଥିଲେ। ୨୦୦୧ରୁ ୨୦୧୧ ଯାଏ ସେ ଯୁବ କଂଗ୍ରେସର ସାଧାରଣ ସଂପାଦକ ଥିଲେ। ସେ ସମୟରେ ଯୁବ କଂଗ୍ରେସ ସଭାପତି ବିଧୁଭୂଷଣ ତ୍ରିପାଠୀ ରହିଥିଲେ। ନିଷ୍ଠାର ସହ କାମ କରି କଂଗ୍ରେସ ଦଳରେ ସେ ସକ୍ରିୟ ରହିଥିଲେ। ତେବେ ମେରୁଦଣ୍ଡ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସା ପରେ ତାଙ୍କ ସାନ ଭାଇଙ୍କ ବରଗଡ଼ସ୍ଥିତ ବାସଭବନରେ ରହୁଥିଲେ। ଶୁକ୍ରବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ। ଆଉ ହଠାତ୍‌ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା।

ବରଗଡ଼ରେ ଶବସତ୍କାର କରିବାକୁ ଥିବାରୁ ବଲାଙ୍ଗୀରରେ ରହୁଥିବା ବାପା, ମା’ ଶେଷ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ବାପା ଲୋକନାଥ ପୁଅର ମରଶରୀର ଦେଖି ଭାଙ୍ଗିପଡ଼ିଥିଲେ ଏବଂ ତାଙ୍କର ମଧ୍ୟ ପରଲୋକ ଘଟିଥିଲା। ଉଭୟଙ୍କ ଶବ ସତ୍କାର ବରଗଡ଼ରେ ହିଁ କରାଯାଇଥିବା ତାଙ୍କ ବନ୍ଧୁବର୍ଗଙ୍କ ସୂତ୍ରରୁ ଜଣାଯାଇଛି। ଉଭୟଙ୍କ ବିୟୋଗରେ ପୂର୍ବ ସାଂସଦ ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ପୂର୍ବ ବିଧାୟକ ରାଧାକାନ୍ତ ପଣ୍ଡା, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ପିସିସି ସଭ୍ୟ ବିଧୁଭୂଷଣ ତ୍ରିପାଠୀ, ଡମ୍ବରୁ ଛତ୍ରିଆ, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ଅମିତ ନାୟକ, ସଂଜୟ ଦୋରା, ଗ୍ଲାଡଷ୍ଟୋନ ତାଣ୍ଡି, ନିଶାରକାନ୍ତ ନାଗ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ସ୍ୱର୍ଗତ ଭୋଜରାଜ ଓ ତାଙ୍କ ବାପାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe