ଅସୁରାଳି : ପୁଅ ପରେ ବାପର ମୃତ୍ୟୁ, ଗୋଟିଏ ଚିତାରେ ଜଳିଲା ଦୁହିଁଙ୍କ ଜୁଇ

Advertisment
ଅସୁରାଳି : ପୁଅ ପରେ ବାପର ମୃତ୍ୟୁ, ଗୋଟିଏ ଚିତାରେ ଜଳିଲା ଦୁହିଁଙ୍କ ଜୁଇ

ଅସୁରାଳି : ଦୋକାନରେ ଜଳୁଥିବା ଦୀପ ନିଆଁରୁ ଘଟିଥିବା ଅଗ୍ନିକାଣ୍ତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତିରେ ବାପର ମୃତ୍ୟୁ ଘଟିଛି। ଉଭୟ ବାପପୁଅଙ୍କ ମୃତ୍ୟୁରେ ଧାମନଗର ବ୍ଲକର ଫତେପୁର କଟସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ବର୍ଗଦ୍ବାରରେ ଗୋଟିଏ ଜୁଇରେ ଉଭୟ ବାପ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ପ୍ରକାଶ ଯେ, ଗତକାଲି ସକାଳେ ଅସୁରାଳି କାଶିମପୁର ରାସ୍ତାର ଓଉ ଗଛ ଛକରେ ଥିବା ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ତ ଘଟିଥିଲା। ଶନିବାର ସକାଳେ ସ୍ଥାନୀୟ ଶ୍ୟାମଚାନ୍ଦପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ବାରିକ ଏବ˚ ପୁଅ ଜିତେନ୍ଦ୍ର ବାରିକ ସବୁ ଦିନ ପରି ଦୋକାନ ଖୋଲି ଠାକୁରଙ୍କୁ ଧୂପ ଦୀପ ଦେଇଥିଲେ। ଏହାର କିଛି ସମୟ ପରେ ହଠାତ ଅଗ୍ନିକାଣ୍ତ ଘଟିଥିଲା। ଦୋକାନ ଭିତରେ ନିଆଁ ଲିଭାଇବାକୁ ଯାଇ ଉଭୟ ବାପପୁଅ ପୋଡ଼ି ଯାଉଥିବା ବେଳେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଶରୀରର ଅର୍ଦ୍ଧାଧିକ ଅ˚ଶ ପୋଡିଯାଇଥିବା ପୂର୍ଣ୍ଣ ଓ ଜିତୁଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଉଭୟଙ୍କୁ ସ˚କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁଅ ଜିତୁ (୨୧)ର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ପୁଅ ମୃତ୍ୟୁର କିଛି ଘଣ୍ଟା ପରେ ବିଳମ୍ବିତ ରାତିରେ ଆଇସିୟୁରେ ଥିବା ବାପ ପୂର୍ଣ୍ଣଚନ୍ଦ୍ର (୫୮)ଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଆଜି ଓଉ ଗଛ ଛକରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବାପ-ପୁଅଙ୍କର ଦୁଃଖଦ ମୃତ୍ୟୁ ଘଟଣା ପରିବାରକୁ ହତବାକ୍‌ କରି ଦେଇଥିବା ବେଳେ ମୃତକଙ୍କ ଗାଁ ଧୁଷୁରୀ ଥାନା ଶ୍ୟାମଚାନ୍ଦପାଟଣାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe