ବିବାହ ସମାରୋହରେ ଗଣ୍ଡଗୋଳକୁ ନେଇ ଦାଦା ପରିବାରକୁ ଆକ୍ରମଣ କଲା ପୁତୁରା; ବାପ-ପୁଅ ମୃତ, ବୋହୂ ଗୁରୁତର

Advertisment
ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ବରଗଡ଼: ବିବାହ ସ୍ଥଳୀରେ କଳହକୁ କେନ୍ଦ୍ର କରି ଆଜି ବରଗଡ଼ ଟାଉନ୍‌ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ହତ୍ୟାକାଣ୍ଡର ଖଳନାୟକ ହେଉଛି ପୁତୁରା। ଶିକାର ହୋଇଛନ୍ତି ଦାଦା ଓ ଦାଦା ପୁଅ। ବୋହୂଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଦେବ ସିନ୍ଧିରିଆ ଓ ତାଙ୍କର ପୁଅ ରତନ ସିନ୍ଧିରିଆ। ଦେବ ସିନ୍ଧିରିଆଙ୍କ ବୋହୂ ସୁକାନ୍ତି ସିନ୍ଧିରିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଅମିଲ ସିନ୍ଧିରିଆ ଗିରଫ ହୋଇଥିବା ବେଳେ କମିଲ ସିନ୍ଧିରିଆ ଫେରାର ଅଛି।

ସୂଚନା ଅନୁସାରେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁଣିଆ ଗାଁର ସିନ୍ଧିରିଆ ପରିବାରର ୩ ଭାଇ ରୁହନ୍ତି। ଏଥିରୁ ଗୋଟିଏ ଭାଇ ହେଉଛନ୍ତି ଦେବ ସିନ୍ଧିରିଆ। ଆଜି ତିନି ଭାଇ ଏକ ପାରିବାରିକ ବିବାହ ମହୋତ୍ସବରେ ଯୋଗଦେବା ପାଇଁ ଗୋଡଭଙ୍ଗାକୁ ଯାଇଥିଲେ। ଏହି ବିବାହ କାର୍ଯ୍ୟକ୍ରମ ପାଇଁ ୩ ଭାଇ ପକ୍ଷରୁ ମୌଳଭାର ଯାଇଥିଲା। କିନ୍ତୁ କୌଣସି କାରଣକୁ କେନ୍ଦ୍ର କରି ବିବାହସ୍ଥଳୀରେ ୩ ଭାଇଙ୍କ ମଧ୍ୟରୁ ୨ଟି ପରିବାର ମଧ୍ୟରେ କଳି ହୋଇଥିଲା। ଲୋକମାନେ ବୁଝାସୁଝା କରିବା ପରେ କଳି ଶାନ୍ତ ପଡ଼ିଥିଲା। କିନ୍ତୁ ଏଥିରେ ଦେବ ସିନ୍ଧିରିଆଙ୍କ ପୁତୁରା ଅମିଲ ଓ କମିଲଙ୍କ କ୍ରୋଧ କମି ନଥିଲା। ବିବାହ ପରେ ସମସ୍ତେ ନିଜ ନିଜ ବ୍ୟବସ୍ଥାରେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିଥିଲେ। ଦେବ ସିନ୍ଧିରିଆଙ୍କ ପରିବାର ଏକ ଅଟୋରେ ଘରକୁ ଫେରିଥିଲେ। କିନ୍ତୁ ଅଟୋରୁ ଓହ୍ଲାଇବା ପରେ ଦେବଙ୍କ ପୁତୁରାମାନେ ଅତର୍କିତ ଭାବେ ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲା।। ଏହି ଆକ୍ରମଣରେ ଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ରତନ ଓ ସୁକାନ୍ତି ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ରତନଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଗଲା। ଏବେ ସୁକାନ୍ତିଙ୍କର ଚିକିତ୍ସା ଚାଲିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ‌ପୁଲିସ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଅମିଲ ରକ୍ତମୁଖା ହୋଇଥିଲା। ପୁଲିସ ଆଗରେ ସେ ଆତ୍ମସମର୍ପଣ କରିଥିଲା। କିନ୍ତୁ କମିଲ ଏବେ ବି ଫେରାର ଅଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe