ଦଶାହ ଶୁଦ୍ଧିକ୍ରିୟା ବେଳେ ନଦୀତୁଠରେ ଅଘଟଣ : ବଜ୍ରପାତରେ ଦାଦା-ପୁତୁରା ମୃତ

ବଜ୍ରପା‌ତରେ ଯୁବଚାଷୀ ମୃତ

Image Courtesy of India.com

ବିରିଡି : ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ୨୨ମୌଜା ବାରଡ଼ିଆ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଦଶାହ ଶୁଦ୍ଧିକ୍ରିୟା ପରେ ଦେବୀନଦୀ ତୁଠରେ ଗାଧୋଉଥିବାବେଳେ ବଜ୍ରପାତ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ୨ ଜଣ ସମ୍ପର୍କରେ ଦାଦା-ପୁତୁରା।ଗାଧୁଆତୁଠରେ ଅନ୍ୟମାନେ ଥିଲେ ବି ଅଳ୍କକେ ବର୍ତ୍ତି ଯାଇଛନ୍ତି।

ବାରଡ଼ିଆ ଗ୍ରାମର ଉଷାରାଣୀ ବାହାଲିଆଙ୍କର କିଛିଦିନ ତଳେ ମୃତ୍ୟୁ ହୋଇଥିଲା। ଆଜି ଥିଲା ତାଙ୍କର ଦଶାହ। ପରିବାର ଓ ସମ୍ପର୍କୀୟମାନେ ଶୁଦ୍ଧିକ୍ରିୟା ପାଇଁ ଉପସ୍ଥିତ ଥିଲେ। ଶୁଦ୍ଧିକ୍ରିୟା ପରେ ଦେବୀ ନଦୀର ଏକ ତୁଠ‌ରେ ଗାଧୋଉଥିବାବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ, ଦାଦା ବିଷ୍ଣୁଚରଣ ବାହାଲିଆ (୫୬) ଓ ପୁତୁରା ପ୍ରମୋଦ କୁମାର ବାହାଲିଆ (୪୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗୋଟିଏ ପଟେ ଶୁଦ୍ଧିକ୍ରିୟାରେ ଯୋଗଦେଇଥିବା ପରିବାର ଲୋକ ଓ ସମ୍ପର୍କୀୟଙ୍କ ମନରୁ ଉଷାରାଣୀଙ୍କ ମୃତ୍ୟୁର ଦୁଃଖ ଲିଭିନଥିଲା। ଅନ୍ୟପଟେ ଆଉ ଏକ ଦୁଃଖ ଅଜାଡ଼ି ହୋଇଯାଇଥିଲା ସେମାନଙ୍କ ଉପରେ। ବର୍ଷା ଘଡ଼ଘଡ଼ି ଥମିବା ପରେ ସେଠାରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ଗ୍ରାମରେ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ଖବର ପ୍ରଚାରିତ ହେବା ପରେ ତିର୍ତୋଲ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ, କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ। ବଜ୍ରପାତ ପରେ ବିରିଡ଼ି ତହସିଲଦାର ସାଗରିକା ପ୍ରିୟଦର୍ଶିନୀ ଓ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହ‌ଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe