କରୋନା କାରୁଣ୍ୟ: ୫ ଦିନ ମଧ୍ୟରେ ଚାଲିଗଲେ ବାପ-ପୁଅ

Advertisment
ବାପାଙ୍କ ମୃତ୍ୟୁର ଦୁଇଦିନ ପରେ ପୁଅ ମୃତ

123rf.com

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କରୋନାଙ୍କ ଭୟଙ୍କର ରୂପ ଦେଖାଇବା ସହ ଘର ସଂସାର ଉଜାଡ଼ି ଦେଉଛି। ଏପରି ଏକ ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ସଦର ଅଞ୍ଚଳରେ ଦେଖିବାକୁ ମିଳିଛି। ବାପାଙ୍କ ମୃତ୍ୟୁର ୫ ଦିନ ପରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ସିନାପାଲି ସଦରର ପୁରୁଷୋତ୍ତମ ମେହେର (୬୫) କିଛି ଦିନ ଆଗରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ନୂଆପଡ଼ା କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୨୬ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆପଡ଼ା ଏନ୍‌ଏସି ପକ୍ଷରୁ ତାଙ୍କର ଶବସତ୍କାର କରାଯାଇଥିଲା। ମାତ୍ର ତାଙ୍କ ପୁଅ ସୁରେଶ ମେହେର (୩୫) କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ଧରି ‌ନୂଆପଡ଼ା କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe