ମଦ ନିଶାରେ ବାପା ପାଲଟିଲା ପିଶାଚ, ନାବାଳିକା ଝିଅକୁ ଦୁଷ୍କର୍ମ‌ ଅଭିଯୋଗରେ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ବ୍ରହ୍ମପୁର : ସଭ୍ୟ ସମାଜରେ ମଣିଷ କିଭଳି ପିଶାଚ ପାଲଟିଯାଏ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ବଜାର ଥାନା ଅଂଚଳରେ। ନିଶାସକ୍ତ ବାପା ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଓ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବା ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ପୀଡ଼ିତାର ଚିତ୍କାର ଶୁଣି ସାହି ପଡ଼ୋଶୀ ରୁଣ୍ଡ ହେବା ଦେଖି ଅଭିଯୁକ୍ତ ବାପା ନିଜେ ପିନ୍ଧିଥିବା ପଇତାକୁ ବେକରେ ଗୁଡାଇ ଆତ୍ମହତ୍ୟା କରିବାର ଅଭିନୟ କରିଥିଲା। ଏଭଳିକି ନିକଟରେ ଥିବା ପୁଅକୁ ଛାତ ଉପରକୁ ନେଇ ଫିଙ୍ଗି ଦେବାକୁ ଧମକ ଦେଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା। ପୀଡ଼ିତା ଜଣକ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନିଜ ଆଈ ଘରେ ରହୁଥିଲେ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏମ୍‌କେସିଜି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe