ପାରିବାରିକ କଳହର କରୁଣ ପରିଣତି : ପୁଅ ଝିଅକୁ ନେଇ ବାପର ଆତ୍ମହତ୍ୟା

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଲକ୍ଷ୍ମୀପୁର/କାଶୀପୁର : ଦଶହରାରେ ପୁଅ-ଝିଅକୁ ନେଇ ଆତ୍ମହତ୍ୟା କରିଛନ୍ତି ବାପା। ଏମିତି ଏକ ଦୁଃଖଦ ଘଟଣା କୋରାପୁଟ-ରାୟଗଡା ସୀମାନ୍ତ ସିଙ୍ଗାରାମ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପୋଡାପାଡି ଗ୍ରାମର କେଶବ ସୁବୁଦ୍ଧି (୪୫) ଆଜି ସକାଳେ ପୁଅ ଓ ଝିଅକୁ ନେଇ ଟ୍ରେନ ସମ୍ମୁଖରେ ଠିଆ ହୋଇ ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟାର ସଠିକ କାରଣ ଜଣା ପଡି ନ ଥିଲେ ମଧ୍ୟ ପାରିବାରିକ କଳହରୁ କେଶବ ଏମିତି କଠୋର ନିଷ୍ପତ୍ତି ନେଇଥିବା ପୁଲିସ ସନ୍ଦେହ କରୁଛି।

ସକାଳେ ଗାଡି ପୂଜା କରିବା ପରେ କେଶବ ସିଙ୍ଗାରାମ ‌ଷ୍ଟେସନ ଆଡକୁ ଝିଅ ଶ୍ରୀୟା(୧୨ବର୍ଷ) ଓ ପୁଅ ସିଦ୍ଧୁ(୮ ବର୍ଷ)କୁ ନେଇ ଯାଇଥିଲେ। ବାହ‌ା‌ରେ ପିଲାଙ୍କୁ ବୁଲାଇ ଆଣିବାକୁ କହି ସେ ଘରୁ ଆସିଥିଲେ ମଧ୍ୟ ହଠାତ ପୁଅ ଓ ଝିଅକୁ ନେଇ ଏକ ମାଲବାହୀ ଟ୍ରେନ ଆଗରେ ଛିଡା ହୋଇ ପଡିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଏହି ସମୟରେ ଝିଅ ପଳାଇବାକୁ ଛାଟିପିଟି ହୋଇଥିଲେ ମଧ୍ୟ କେଶବ ତାଙ୍କୁ ଛାଡି ନ ଥିଲେ। ଉଭୟ ପୁଅ ଓ ଝିଅକୁ ଭିଡି ଧରିଥିଲେ। ଫଳରେ ଚଳନ୍ତା ଟ୍ରେନଟି ୩ ଜଣଙ୍କୁ ଜୋରରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି କଥା ପ୍ରଚାରିତ ହେବା ପରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ଏହା ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, କେଶବଙ୍କ ଘର କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ହୋଇଥିଲେ ମଧ୍ୟ ସେ ପ୍ରାୟ ୧୫ ବର୍ଷ ହେଲା କାଶୀପୁର ବ୍ଲକ ପୋଡାପାଡି ଗାଁରେ ରହୁଥିଲେ। ସେ ଏକ ଘରୋଇ କଂପାନିରେ କାମ କରୁଥିଲେ। ତାଙ୍କ ସାନ ଭାଇ ଟିକିରିରେ ରାହୁଥିବାବେଳେ କେଶବ ସୁବୁଦ୍ଧିଙ୍କର ମାଆ ଓ ବାପା ପୋଡାପାସ୍ଥିତ ଘରର ସମ୍ମୁଖ ଭାଗରେ ରହୁଥିଲେ। କେଶବ ସୁବୁଦ୍ଧି ତାଙ୍କ ପତ୍ନଅ ଓ ପୁଅକୁ ନେଇ ବାରିପଟରେ ରହୁଥିଲେ। ସେ ଏମିତି ପୁଅ-ଝିଅକୁ ନେଇ ହଠାତ ଆତ୍ମହତ୍ୟା କରିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନା‌ହାନ୍ତି। କାହିଁକି ‌ସେ ଏମିତି ନିଷ୍ଠୁର ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ। ତେବେ ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe