ଝିଅ-ନାତିଙ୍କ ମୃତ୍ୟୁ ଖବର ପାଇ ହୃଦଘାତରେ ଆରପାରିକୁ ଚାଲିଗଲେ ବାପା 

Advertisment
ଦେଶରେ ତୃତୀୟ ଲହରରେ କମ୍‌ କରୋନା ମୃତ୍ୟୁ

shutterstock.com

ଛେଣ୍ଡିପଦା: କରୋନା ସଂକ୍ରମଣରେ ଭେଣ୍ଡାପୁଅ ମୃତ୍ୟୁର ଦିନକ ପରେ ଝୁରିଝୁରି ଚିକିତ୍ସାଧୀନ ମା ଆରପାରିକୁ ଚାଲିଗଲେ। କରୋନା ଆକ୍ରାନ୍ତ ବାପା ଚୈତନ୍ୟ ସ୍ୱାଇଁ(୫୫) ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସେପଟେ ଝିଅ-ନାତିଙ୍କ ମୃତ୍ୟୁ ଖବର ପାଇ ବାପା ହୃଦଘାତରେ ମୃତ୍ୟୁବରଣ ଘଟଣା ଅଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି।

ଗତ ୪ ତାରିଖ ମଧ୍ୟାହ୍ନରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବସନ୍ତପୁର ଗ୍ରାମର କରୋନା ଆକ୍ରାନ୍ତ ତ୍ରିଲୋଚନ ସ୍ୱାଇଁ(୩୧) ମୃତ୍ୟୁବରଣ କରିଥିଲେ। ସୁକାନ୍ତି ସ୍ୱାଇଁ(୫୧) ଅସୁସ୍ଥ ହୋଇ ୧୬ ତାରିଖ ଦିନ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନ ଗୋଟାଏ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଝିଅ ସୁକାନ୍ତିର ମୃତ୍ୟୁ ଖବର ପାଇ ଖମାର ଗଉଡ଼ନାଳିସାହି ଗ୍ରାମର ଦେବାନନ୍ଦ ସାହୁ(୮୧) ହୃଦଘାତରେ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe