ପୁଅର ଏକୋଇଶା ପୂଜାରେ ବାପା ମୃତ

Advertisment
ପୁଅର ଏକୋଇଶା ପୂଜାରେ ବାପା ମୃତ

image source--indiatoday

ଚାନ୍ଦବାଲି : ମନ ଏକଦମ ଖୁସିଥିଲା। ପୁଅର ଏକୋଇଶା ପୂଜା ପାଇଁ ପୂରା ଖୁସିରେ ଥିଲା ପରିବାର। ହେଲେ ଖୁସି ଉପରେ ବୋଧେ କାହାର ନଜର ଲାଗିଗଲା। ଏକୋଇଶା ପୂଜା ସାମଗ୍ରୀ କିଣି ଘରକୁ ଫେରୁଥିଲେ। ବାଟରେ ଯେ ମୃତ୍ୟୁ ଛକି ବସିଥିଲା କେମିତି ଜାଣିଥା’ନ୍ତେ ଚାନ୍ଦବାଲି ବାଲିଚତୁରୀ ଗାଁର ଲକ୍ଷ୍ମୀଧର! ଗତକାଲି ଏକୋଇଶା ପୂଜା ଥିଲା। ପୂଜା ଜିନିଷ କିଣିବା ପାଇଁ ଲକ୍ଷ୍ମୀଧର ନାୟକ ଓ ତାଙ୍କ ସାଙ୍ଗ ନରେଶ ବେହେରା ଚାନ୍ଦବାଲି ବଜାର ଯାଉଥିଲେ। ଘରଠାରୁ ମାତ୍ର ୪ କିଲୋମିଟର ଦୂରରେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ବେଳେ ପଡ଼ିଯାଇଥିଲେ। ନରେଶ ସାମାନ୍ୟ ଆହତ ହୋଇଥିଲା ବେଳେ ଲକ୍ଷ୍ମୀଧର ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ ଚାନ୍ଦାବାଲି ଡାକ୍ତରଖାନାରୁ ଭଦ୍ରକ ଓ ପରେ କଟକ ନିଆଯାଇଥିଲା। କିନ୍ତୁ ଅବସ୍ଥାରେ ସୁଧାର ନ ଆସିବାରୁ କଟକ ବଡ଼ ଡାକ୍ତରଖାନାରୁ ଏମସ୍ ନିଆଯାଉଥିବା ବେଳେ ବାଟରେ ହିଁ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ତାଙ୍କୁ ଫେରାଇ ଆଣି ଚାନ୍ଦବାଲି ଡାକ୍ତରଖାନା ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ଏବେ ଗାଁରେ ପୂରା ଦୁଃଖର ପରିବେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe