Advertisment

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

Advertisment
ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ସୋର: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ  ଦୁର୍ଘଟଣାରେ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ସାବତ୍ରୀ ଭାର ଦେଇ ଝିଅର ଶାଶୂ ଘରୁ ବାଇକରେ ଘରକୁ ଫେରୁଥିବା ବେଳେ ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସୁନୀଲଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଯାଇଥିଲା।

ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe