Advertisment

୧୧ କେଭି ତାର ଛିଣ୍ଡିଲା: ଚାଲିଗଲା ବାପାର ଜୀବନ, ପୁଅ ଗୁରୁତର

Advertisment
୧୧ କେଭି ତାର ଛିଣ୍ଡିଲା: ଚାଲିଗଲା ବାପାର ଜୀବନ, ପୁଅ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ୧୧ କେଭି ତାର ଛିଣ୍ଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମର କୋରା ବେହେରା ଓ ଗୁରୁତରଜଣକ ହେଲେ ତାଙ୍କ ପୁଅ ତୋଫାନ ବେହେରା।

ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ କୋରା ବେହେରା ଓ ତୋଫାନ ବେହେରା ବିଲକୁ ସାରୁ ଖୋଳିବାକୁ ଯାଇଥିଲେ ଏହି ସମୟରେ ହଠାତ୍ ୧୧ କେଭି ତାଙ୍କର ଛିଣ୍ଡି କୋରାଙ୍କ ଉପରେ ପଡ଼ିଥିଲା ଏହା ଦେଖି ପୁଅ ତୋଫାନ ତାଙ୍କୁ ରକ୍ଷା କରିବାକୁ ଯାଇଥିଲେ। ତାପରେ କୋରା ବେହେରାଙ୍କୁ ଉଦ୍ଧାର କରାଯାଇ ଆଡ଼ପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଣେ ତୋଫାନ ବେହେରାଙ୍କ ଏମକେସିଜିକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe