କରୋନାର କରାଳ ରୂପ; ଶଶୁର ମୃତ୍ୟୁର ୩ଦିନ ପରେ ବୋହୂର ଜୀବନ ଗଲା

Advertisment
କରୋନାର କରାଳ ରୂପ; ଶଶୁର ମୃତ୍ୟୁର ୩ଦିନ ପରେ ବୋହୂର ଜୀବନ ଗଲା

ବନ୍ତଳା: କରୋନା ମହାମାରୀର କରାଳ ରୂପ ସମଗ୍ର ବିଶ୍ୱକୁ ଏବେ କବଳିତ କରିଛି। କେତେବେଳେ ସ୍ତ୍ରୀ ଠାରୁ ସ୍ଵାମୀକୁ ଛଡାଇ ନେଉଛି ତ କେତେବେଳେ ମା' କୋଳରୁ ପୁଅକୁ ଛଡାଇ ନେଉଛି। ଫଳରେ କରୋନା ଯୋଗୁଁ ଗୋଟିଏ ପରେ ଗୋଟିଏ ପରିବାର ଏବେ ଉଜୁଡି ଯାଉଛି।କେତେକ ପରିବାର ଏବେ ମୁରବୀ ଶୁନ୍ୟ ମଧ୍ୟ ହୋଇଯାଉଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଦେଖିବାକୁ ମିଳିଛି। କରୋନା ଯୋଗୁଁ ଶଶୁର ୩ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ଆଜି ବୋହୂର ଜୀବନ ଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତ ଜରାଓରପୁର ଗ୍ରାମର ଅବସର ପ୍ରାପ୍ତ ପୁଲିସ କର୍ମଚାରୀ କୁତାର୍ଥ ଅମାନ୍ତ(୭୨)ଙ୍କ ଗତ ମାସ ୩୦ତାରିଖରେ କରୋନାରେ ଜୀବନ ଯାଇଥିଲା। ତାଙ୍କ ଘରେ ସେ ସଙ୍ଗରୋଧରେ ଥିବାବେଳେ ସେହି ପରିବାରରୁ ଅନ୍ୟ ୩ଜଣ ସଦସ୍ୟ ମଧ୍ୟ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିଲେ। କରୋନା ରେ ଆକ୍ରାନ୍ତ ଥିବା ତାଙ୍କ ବଡ଼ ବୋହୂ ସସ୍ମିତା ଅମାନ୍ତ(୩୬) ଗୁରୁତର ହେବାରୁ ୧୦ଦିନ ପୂର୍ବରୁ ତାଙ୍କୁ ଚିକିତ୍ସା ପାଇଁ କଟକସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ସସ୍ମିତା ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଶଶୁର ମୃତ୍ୟୁ ପରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିବା ବେଳେ ଆଖିରୁ ଲୁହ ଶୁଖିନି। କିନ୍ତୁ ଆଜି ଶ୍ୱଶୁର ପରେ କରୋନାରେ ବୋହୂ ସସ୍ମିତା ଆର ପାରିକୁ ଚାଲିଯିବା ଘଟଣା ସାରା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe