ଶ୍ବଶୁର, ଜ୍ବାଇଁ ମିଶି ପଡ଼ୋଶୀଙ୍କ ବାଇକ୍‌ ଜାଳିଦେଲେ, ଶ୍ୱଶୁର ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଳିଆପଣ୍ଡା ଥାନା ଅଞ୍ଚଳରେ ଶ୍ବଶୁରଓ ଜ୍ବାଇଁ ମିଶି ଏକ ବାଇକ୍‌ ଜାଳିଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ୧୦୫/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଶ୍ବଶୁରକୁ ଗିରଫ କରିଥିବାବେଳେ ଜ୍ବାଇଁ ଫେରାର ଅଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗର ଜନମଙ୍ଗଳ ସମିତି ଲେନ୍‌ର ସୁଦର୍ଶନ ପୃଷ୍ଟି ଓ ସନାତନ ରଥଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିବାଦ ରହିଥିଲା। ସନାତନଙ୍କ ଜ୍ବାଇଁ ଶିବଶଙ୍କର ତ୍ରିପାଠୀ ସ୍ଥାନୀୟ ଅଞ୍ଚଳରେ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରୁଥିବା ବେଳେ ଏହାକୁ ସୁଦର୍ଶନ ବିରୋଧ କରୁଥିଲେ। ତେଣୁ ଏଥିରେ ରାଗିଯାଇ ଗତ ରାତିରେ ଶିବ ଓ ତା’ର ଶ୍ବଶୁର ସନାତନ ମିଶି ସୁଦର୍ଶନଙ୍କର ଏକ ପଲସର ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଏହି ବାଇକଟି ସମ୍ପୁର୍ଣ୍ଣ ଭାବେ ପୋଡ଼ିଯାଇଛି। ଏନେଇ ସୁଦର୍ଶନ ବଳିଆପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବଳିଆପଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ସନାତନକୁ ଗିରଫ ପରେ କୋର୍ଟଚାଲାଣ କରିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ସନାତନର ଜ୍ବାଇଁ ଶିବ ଫେରାର ହୋଇଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe