ବାପଘର- ଶ୍ବଶୁରଘର ବିବାଦ: ଡାକ୍ତରଖାନାରେ ୩ଦିନ ପଡ଼ିରହିଲା ଶବ

Advertisment

ବାପଘର ଓ ଶ୍ବଶୁରଘର ଲୋକଙ୍କ ବିବାଦ ମଧ୍ୟରେ ଡାକ୍ତରଖାନାରେ ୩ ଦିନ ପଡ଼ିରହିଲା ଯୁବକଙ୍କ ଶବ। ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଉଛନ୍ତି, ବସନ୍ତ ବେହେରା (୩୦)।

ବାପଘର ଓ ଶ୍ବଶୁରଘର ଲୋକଙ୍କ ବିବାଦ ମଧ୍ୟରେ ଡାକ୍ତରଖାନାରେ ୩ ଦିନ ପଡ଼ିରହିଲା ଯୁବକଙ୍କ ଶବ। ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଉଛନ୍ତି, ବସନ୍ତ ବେହେରା (୩୦)।

hfkkhffhkfhk

ଧରାକୋଟ: ବାପଘର ଓ ଶ୍ବଶୁରଘର ଲୋକଙ୍କ ବିବାଦ ମଧ୍ୟରେ ଡାକ୍ତରଖାନାରେ ୩ ଦିନ ପଡ଼ିରହିଲା ଯୁବକଙ୍କ ଶବ। ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଉଛନ୍ତି, ବସନ୍ତ ବେହେରା (୩୦)। ମିଳିଥିବା ସୂଚନା ଅନୁସାରେ, ବସନ୍ତ ପୁରୁଷୋତ୍ତମପୁର ବ୍ଲକ୍ ରେଙ୍ଗୁଟିପଲ୍ଲୀ ଗ୍ରାମରେ ରହୁଥିବା ବେଳେ ତାଙ୍କ ଶ୍ବଶୁରଘର ହେଉଛି ଧରାକୋଟ ବ୍ଲକ୍ ପଣିବନ୍ଧ ଗ୍ରାମ। ସେ ୬ ଦିନ ତଳେ ଶ୍ବଶୁରଘର ପଣିବନ୍ଧ ଗ୍ରାମକୁ ଆସିଥିଲେ। ଗତ ଗୁରୁବାର ରାତି ଗୋଟାଏ ବେଳେ ବସନ୍ତଙ୍କୁ ଅସୁସ୍ଥତା ଅବସ୍ଥାରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ବି ଶବକୁ ଜବତ କରିବା ଲାଗି ପହଞ୍ଚିଥିଲା। ତେବେ ମୃତ୍ୟୁର କାରଣକୁ ନେଇ ବସନ୍ତଙ୍କ ବାପଘର ଓ ଶ୍ବଶୁରଘର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। 

ବସନ୍ତଙ୍କୁ ଶ୍ବଶୁରଘର ‌‌ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ ଆଣିଥିଲେ। ଫଳରେ ଛକାପଞ୍ଝା ମଧ୍ୟରେ ତିନିଦିନ ଧରି ମେଡିକାଲରେ ଶବ ପଡ଼ି ରହିଥିବା ବେଳେ ପୁଲିସ ବି ସେମିତି ଜଗି ରହିଥିଲା। ତେବେ ଶବ ପଡ଼ିରହିଥିବାରୁ ରୋଗୀ ହନ୍ତସନ୍ତ ହେଇଥିବା ବେଳେ ଡାକ୍ତରଖାନା ପରିସର ଦୁର୍ଗନ୍ଧରେ ଫାଟିପଡ଼ିଥିଲା। ଆଜି ଅପରାହ୍‌ଣ ୨ଟାରେ ଧରାକୋଟ ଓ ଗାଙ୍ଗପୁର ପୁଲିସ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ପଣିବନ୍ଧ ଗ୍ରାମକୁ ଆସି ତଦନ୍ତ କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ବସନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe