ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜ୍ବାଇର ଆକ୍ରମଣରେ ଶ୍ବଶୁର ମୃତ, ମା-ଝିଅ ଗୁରତର

Advertisment
ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜ୍ବାଇର ଆକ୍ରମଣରେ ଶ୍ବଶୁର ମୃତ, ମା-ଝିଅ ଗୁରତର

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା କୁଶୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଶଶୁର ଘରେ ଜ୍ବାଇଁ ଉନ୍ମତ୍ତ କାଣ୍ଡ ଭିଆଇଛି। ଏକ ଭୁଜାଲିରେ ଶାଶୁ, ଶଶୁର ଓ ଶାଳିକୁ ଗୋଡାଇ ଗୋଡାଇ ହାଣିଛି। ଜ୍ବାଇଁର ଆକ୍ରମଣରେ ଶଶୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶାଶୁ ଓ ଶାଳି ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ଓ ଶାଳିକୁ ଜଳେଶ୍ଵରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

publive-image

ବିବରଣୀରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ସମୟରେ କମର୍ଦ୍ଦା ଥାନା କୁଶୁଡ଼ା ଗ୍ରାମର ସୁଶାନ୍ତ ମହୁରୀ ଙ୍କ ଜ୍ବାଇଁ କୁହାଯାଉଥିବା ଭୋଗରାଇ ଥାନା ପଥରକଟା ଗ୍ରାମର ଦେବୁ ମହୁରୀଙ୍କ ପୁଅ ଜଗା ଶଶୁର ଘରେ ପହଞ୍ଚି ହଠାତ୍ ନିଜ ହାତରେ ଥିବା ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶାଶୁ ସୁସ୍ମିତାଙ୍କୁ ଆକ୍ରମଣ କରିଥିଲା। ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସୁଶାନ୍ତଙ୍କ ବେକକୁ ଜଗା ହାଣି ପକାଇଥିଲା। ଏପରିକି ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସୁଶାନ୍ତଙ୍କ ଝିଅ ସୁସ୍ମିତାଙ୍କୁ ମଧ୍ୟ ଜଗା ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇଥିବା ୩ ଜଣକୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଅଣା ଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ଗୌରୀବାଳା ଓ ତାଙ୍କ ଝିଅ ସୁସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଗା ଦୌଡି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ଗୋଡାଇ ଗୋଡାଇ ବିଲ ଭିତରୁ ତାକୁ କାବୁ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ କମର୍ଦ୍ଦା ପୁଲିସ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe