ଡାକ୍ତର ସୁମିତ-ତପସ୍ବିନୀ ମାମଲାରେ ପୁଣି ନାଟକୀୟ ମୋଡ଼: ରାତିଅଧରେ ଘର ଛାଡ଼ିଲେ ତପସ୍ୱିନୀଙ୍କ ଶ୍ୱଶୁର

ଡାକ୍ତର ସୁମିତ-ତପସ୍ବିନୀ ମାମଲାରେ ପୁଣି ନାଟକୀୟ ମୋଡ଼: ରାତିଅଧରେ ଘର ଛାଡ଼ିଲେ ତପସ୍ୱିନୀଙ୍କ ଶ୍ୱଶୁର

ବ୍ରହ୍ମପୁର: ବହୁଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ବିନୀ ମାମଲା ଗତକାଲି ପୁଣି ଏକ ନାଟକୀୟ ମୋଡ଼ ନେଇଛି। ଗତ ମଧ୍ୟରାତ୍ରୀରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ନିଜର ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲିଯାଇଛନ୍ତି। ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଜଣାଇ ସେ ଘର ଛାଡ଼ିଥିବା କୁହାଯାଉଛି। ଏସେ ସେ କେଉଁଠାରେ ଅଛନ୍ତି, ତାହା ଜଣାପଡ଼ିନାହିଁ।

publive-image

ଏଣେ ଜିଲ୍ଲାଜଜ୍ ରାୟ ପ୍ରକାଶ ପରେ ମଧ୍ୟ ଯେଉଁ ବିବାଦ ଲାଗି ରହିଥିଲା, ତାହାର ଅବସାନ ଘଟିଥିଲା। ଆଜି ରାତିରେ ତପସ୍ବିନୀ ଶ୍ବଶୁରଘରେ ପ୍ରବେଶ କରିଥିଲେ। ତେବେ, ପରିବାର ଲୋକଙ୍କ ଗହଣରେ ନରହି ପୃଥକ୍ ଏକ ରୁମରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ମାମଲରେ ଦୁଇପକ୍ଷର ଓକିଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ବୋଲି ଜିଲ୍ଲା ଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍ କରାଯାଇଥିଲା। ଗତକାଲି ଶ୍ବଶୁର ପ୍ରମୋଦଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ବେଡ଼ ରୁମ୍, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା। ରାତିରେ ସ୍ଥାନୀୟ ତହସିଲ୍ଦାର୍, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଥିଲେ।
ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପରେ ପୁଣିଥରେ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe