ପାରିବାରିକ କଳହ ଭାଙ୍ଗିଦେଲା ରକ୍ତର ସମ୍ପର୍କ; ପୁଅର କୋଦାଳ ବେଣ୍ଟ ମାଡ଼ରେ ବାପାର ମୃତ୍ୟୁ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଭଦ୍ରକ: ପାରିବାରିକ କଳହ ଭାଙ୍ଗିଦେଲା ରକ୍ତର ସମ୍ପର୍କ। ପୁଅର କୋଦାଳ ବେଣ୍ଟ ମାଡ଼ରେ ବାପାର ମୃତ୍ୟୁ ଅଭିଯୋଗ। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ପଗଡ଼ ଅଞ୍ଚଳରେ। ଘଟଣାରୁ ଜଣାଯାଏ ପଗଡ଼ ଗାଁର ବୁରୀମୁଣ୍ଡା ଘରେ ଥିବା ବେଳେ ପୁଅ ଚୁକି ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ପୁଅ ଚୁକି ଏକ କୋଦାଳ ବେଣ୍ଟରେ ବୁରୀଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ବୁରୀଙ୍କର ମୃତ୍ୟୁ ହୋଇଥିଲା । ପରେ ସାବରଙ୍ଗ ପୁଲିସ ଖବର ପାଇ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ତେବେ ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ଚୁକିକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe