ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ: ଆକ୍ରମଣରେ ବାପାଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ: ଆକ୍ରମଣରେ ବାପାଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ

କୁଚିଣ୍ଡା: ବାହାଘର ହୋଇ ନପାରିବାରୁ ବାପାଙ୍କୁ ପୁଅ ହତ୍ୟା କରିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ତିହାଡିପାଲି ଗ୍ରାମରେ ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପରମାନନ୍ଦ ନାଏକ (୬୨)। ଅଭିଯୁକ୍ତ ପୁଅ ବିକେଶ ନାଏକ (୩୦)କୁ ପୁଲିସ ଅଟକ ରଖିଛି।

ସୂଚନା ଅନୁସାରେ ତିହାଡ଼ିପାଲି ଗ୍ରାମର ପରମାନନ୍ଦଙ୍କର ୨ଟି ପୁଅ। ବଡ଼ପୁଅ ହେଉଛି ବିକେଶ। ବିବାହ କରିବାକୁ ବିକେଶର ଇଚ୍ଛା ଥିବା ଥିଲା। କିନ୍ତୁ ପାରିପାରିକ ସମସ୍ୟା କାରଣରୁ ବିବାହ ଠିକ୍ ହୋଇପାରୁ ନଥିଲା। ଆଜି ଅପରାହ୍ଣ ପ୍ରାୟ ୨ଟାରେ ବିକେଶ ମଦପିଇ ଘରକୁ ଆସିଥିଲା। ସେ ବାପାଙ୍କ ସହିତ ଝଗଡ଼ା କରିଥିଲା। ଶେଷରେ ଉତ୍ତେଜିତ ହୋଇ ଘରେ ଥିବା ଏକ ଫାଉଡ଼ା (କୋଡ଼ି) ଆଣି ବାପା ପରମାନନ୍ଦଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହେଲା ପରେ ପରମାନନ୍ଦ ଅଳ୍ପ ସମୟ ପାଇଁ ଛଟପଟ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କୋଡ଼ିକୁ ଜବତ କରି ଅଭିଯୁକ୍ତ ପୁଅ ବିକେଶକୁ ଅଟକରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe