ବଲେରୋ ଧକ୍କାରେ ବାପା ମୃତ, ପୁଅ ଗୁରୁତର

ବଲେରୋ ଧକ୍କାରେ ବାପା ମୃତ, ପୁଅ ଗୁରୁତର

ଉତ୍କେଲା : ଜାତୀୟ ରାଜପଥ ୨୬ର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କେନ୍ଦୁପଡ଼ା ଦ୍ରୋଣାଚାର୍ଯ୍ୟ ସ୍କୁଲ୍‌ ନିକଟରେ ବାପା-ପୁଅ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ କେସିଙ୍ଗା ଥାନା କାଣ୍ଡେଲ ପଞ୍ଚାୟତ ଅନ୍ତର୍ଗତ ବଡ଼ବ୍ରାହ୍ମଣୀ ଗାଁର ଛବି ମାଝୀ (୫୫ ବର୍ଷ)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଧବଳେଶ୍ବର ମାଝୀ (୨୨ ବର୍ଷ) ଗୁରୁତର ଆହତ ହୋଇଛନ୍ତି। ଦିନ ପ୍ରାୟ ୨ଟାରେ ବାପା-ପୁଅ ନିଜ ଗାଁରୁ ତାଙ୍କ ବାଇକ୍‌ (ଓଡି ୦୮-କ୍ୟୁ-୩୩୧୩)ରେ ଭବାନୀପାଟଣା ପଟକୁ ଯାଉଥିଲେ। ଏହି ସମୟରେ ଭବାନୀପାଟଣା ପଟରୁ ଆସୁଥିବା ବଲରୋ (୦୮-ସି-୭୦୦୯) ସେମାନଙ୍କୁ ଧକ୍କା ଦେଇଥିଲା। ଧବଳେଶ୍ବରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ବୋଲି ଅତିରିକ୍ତ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe