ଗଳିତ ଶବ ଜବତ ଘଟଣାର ପର୍ଦ୍ଦାଫାସ୍‌ : ୫ ବର୍ଷର ଝିଅକୁ ହତ୍ୟାକରି ଫିଙ୍ଗି ଦେଇଥିଲା ବାପା

Advertisment
ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

image source-new indian express

ପୁରୀ : ଗତକାଲି ପୁରୀ ପେଣ୍ଠକଟା ମେରାଇନ୍‌ ଥାନା ପୁଲିସ ଜବତ କରିଥିବା ‌ଜଣେ ଶିଶୁକନ୍ୟାର ଗଳିତ ଶବ ଘଟଣାର ଆଜି ପର୍ଦ୍ଦାଫାସ୍‌ ହୋଇଛି। ଏହି ୫ ବର୍ଷର ଶିଶୁ କନ୍ୟାକୁ ହତ୍ୟାକରି ଏଠାରେ ନିଜ ବାପା ହିଁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପୁଲିସ ସନ୍ଦେହରେ ମୃତ ଶିଶୁକନ୍ୟାର ବାପାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ନିଜ ଝିଅକୁ ହତ୍ୟା କରିଥିବା ସ୍ବୀକାର କରିଛି। ଶିଶୁ କନ୍ୟାର ମା’ ବ୍ରହ୍ମପୁରରେ ଥିବାରୁ ତାଙ୍କୁ ପୁଲିସ ଆଜି ପୁରୀକୁ ଡକାଇଛି। ସେ ଆସିଲେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି।

ଗତକାଲି ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମସ୍ଥିତ ଗୁରୁ ବଗିଚାରୁ ଶିଶୁ କନ୍ୟାର ଶବ ମିଳିବା ପରେ ସେଠାରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଏଠାକୁ ଆସିଥିଲେ ମଧ୍ୟ ଗ୍ରାମର ସୁଦାମ ଜେନାଙ୍କ ପରିବାର ଲୋକେ କେହି ଏଠାକୁ ଆସିନଥିଲେ। ତେଣୁ ସୁଦାମଙ୍କର ପୁତୁରାକୁ ନେଇ ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ‌ଲୋକମାନେ ପୁଲିସକୁ ଜଣାଇବାରୁ ପେଣ୍ଠକଟା ମେରାଇନ ଥାନା ପୁଲିସ ସୁଦାମ ଓ ତାଙ୍କ ପୁତୁରାକୁ ଗତରାତିରେ ଉଠାଇ ନେଇଥିଲା। ସେମାନଙ୍କୁ ପଚରା ଉଚରା କରିବାରେ ମୃତ ଶିଶୁ କନ୍ୟାଟି ସୁଦାମଙ୍କ ପୁତୁରାର ଝିଅ ବୋଲି ଜଣାପଡ଼ିଥିଲା। ଶିଶୁ କନ୍ୟାକୁ ଆଉ କେହି ନୁହେଁ ବରଂ ନିଜ ବାପା ହିଁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛି। ତେବେ ହତ୍ୟା କରିବାର କାରଣକୁ ନେଇ ସଠିକ ଉତ୍ତର ସେ ଦେଉନାହିଁ। ତେଣୁ ପୁଲିସ ବ୍ରହ୍ମପୁରରେ ଥିବା ଶିଶୁ କନ୍ୟାର ମା’ଙ୍କୁ ଡକାଇଛି। ସେମାନେ ଏଠାରେ ପହଞ୍ଚିଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ।

ସୂଚନାଯୋଗ୍ୟ ଯେ, ଗତକାଲି ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ଗୁରୁ ବଗିଚାର ଜଙ୍ଗଲ ଭିତରେ ଏକ ଶିଶୁକନ୍ୟାର ଗଳିତ ଶବକୁ ପୁଲିସ ଜବତ କରିଥିଲା। ଥାନାର ହାବିଲଦାର ଅବୁତାଲିମ୍‌ ଖାଁଙ୍କ ଅଭିଯୋଗକ୍ରମେ ୩/୨୦ ନମ୍ବରରେ ଏକ ଅପମୃତ୍ୟୁ ମାମଲାରେ ଏଏସ୍ଆଇ ସନ୍ତୋଷ ସାହୁ ଘଟଣାସ୍ଥଳରୁ ଏହି ଗଳିତ ଶବକୁ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe