ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା

Advertisment
ବ୍ରିଜ ଉପରେ ଛୁରୀ, ତଳେ ଯୁବତୀଙ୍କ ମୃତଦେହ

new indian express

ଜଗତସିଂହପୁର : ନିଜ ପୁଅକୁ ‌ତେଣ୍ଟାରେ ଭୁସି ହତ୍ୟା କରିଛି ବାପା। ଜଗତସିଂହପୁର ଥାନା ଅଧୀନ ରାଇଦଣ୍ଡା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମାଙ୍କୁ ମାଡ଼ ମାରିବା ବେଳେ ବିରୋଧ କରିବାରୁ ବାପା ହାତରେ ପୁଅ ଦିଲ୍ଲୀପ ଭୋଇ (୩୫)ଙ୍କ ଜୀବନ ଯାଇଛି। ପୁଲିସ ହତ୍ୟାକାରୀ ବାପା ସୁଦର୍ଶନ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟନ୍ତ କୁମାର ମହାପାତ୍ରଙ୍କ ସୂଚନା ମୁତାବକ, ରାଇଦଣ୍ଡା ଗାଁର ସୁଦର୍ଶନ ଭୋଇଙ୍କ ଏକ କୁକୁଡ଼ାକୁ ଗତକାଲି ଅପରାହ୍ନରେ କଟାସ ନେଇଯାଇଥିଲା। ଏନେଇ ସୁଦର୍ଶନ ଘରେ ପାଟିତୁଣ୍ଡ କରିବା ସହ ପତ୍ନୀଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ମଜୁରୀ ଖଟିବାକୁ ଯାଇଥିବା ସୁଦର୍ଶନଙ୍କ ବଡ଼ ପୁଅ ଦୀପକ ଓ ମଝିଆ ପୁଅ ଦିଲ୍ଲୀପ ଘରେ ପହଞ୍ଚିଥିଲେ। ମାଙ୍କୁ ମାଡ଼ମାରି ଲହୁଲୁହାଣ କରିଥିବା ସେମାନେ ‌ଦେଖିବା ପରେ ବାପାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଦିଲ୍ଲୀପ ଓ ସୁଦର୍ଶନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସୁଦର୍ଶନ ଘରେ ରଖିଥିବା ଏକ ତେଣ୍ଟା ଆଣି ଦିଲ୍ଲୀପଙ୍କ ବେକକୁ ଭୁସି ଦେଇଥିଲା। ଫଳରେ ଦିଲ୍ଲୀପ ସେଠାରେ ପଡ଼ି ଯାଇଥିଲେ। ତାଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଜଗତସିଂହପୁର ହସ୍‌ପିଟାଲ ଅଣାଯାଇଥିଲା। ମାତ୍ର ଡ‌ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଦିଲ୍ଲୀପଙ୍କ ବଡ଼ ଭାଇ ଦୀପକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଗାଁରେ ପହଞ୍ଚି ସୁଦର୍ଶନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଦର୍ଶନ ପ୍ରତ୍ୟେକ ଦିନ ନିଶା ଖାଇ ଘ‌ରେ ପାଟିତୁଣ୍ଡ କରିବା ସହ ପତ୍ନୀକୁ ମାଡ଼ ମାରନ୍ତି। ଗତକାଲି ରାତିରେ ମଧ୍ୟ ସମାନ ଘଟଣା ଘଟିଥିଲା। ମାତ୍ର ଏହାକୁ ତାଙ୍କ ପୁଅ ବିରୋଧ କରିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe