ମୟୂରଭଞ୍ଜ : ନାବାଳକ ପୁଅକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ବାପା!

ମୟୂରଭଞ୍ଜ : ନାବାଳକ ପୁଅକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ବାପା!

image source-sisat

ବଡ଼ସାହି/ମାଣତ୍ରୀ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଯଦୁନାଥପୁର ପଞ୍ଚାୟତ ବେଲଡୁଙ୍ଗୁରି ଗାଁରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ନିଜ ୫ ବର୍ଷର ପୁଅକୁ ଅମାନୁଷିକ ଭାବେ ପଥରରେ ଛେଚି ହତ୍ୟା କରିଛି ନୃଶଂସ ବାପ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

କୁଳିଅଣା ଥାନା ବାଲିଡ଼ିହା ଗ୍ରାମର ଚେପ ଦେହୁରୀ (୫୦) ବଡ଼ସାହି ଥାନା ବେଲଡୁଙ୍ଗୁରୀ ଗ୍ରାମରେ ବିବାହ କରିଥିଲେ। ତାଙ୍କର ସୁଦନ ନାମରେ ଏକ ୫ ବର୍ଷର ପୁଅ ଅଛି। ତେବେ ପତ୍ନୀ ଓ ପୁଅ ବାଲିଡ଼ିହାରେ ନରହି ବେଲଡୁଙ୍ଗୁରୀ ଗାଁରେ ବାପ ଘରେ ରହୁଥିଲେ। ଚେପ ମଝିରେ ମଝିରେ ଶ୍ବଶୁର ଘରକୁ ଆସି ପତ୍ନୀ ଓ ପୁଅକୁ ଦେଖା କରି ଯାଉଥିଲେ। ଗତକାଲି ରାତିରେ ଚେପ ଶ୍ବଶୁର ଘରକୁ ଆସିଥିଲେ। ତେବେ ସେ ପହଞ୍ଚିବାବେଳକୁ ପତ୍ନୀ ଘରେ ନଥିବା ଦେଖି ଉତ୍ତେଜିତ ହୋଇ ପଡ଼ିଥିଲେ। ଏହି ସମୟରେ ନାବାଳକ ପୁଅ ସୁଦାନ ନିଜ ଆଈ ପାଖରେ ଶୋଇଥିଲା। ପତ୍ନୀ ଉପରେ ରାଗ ସୁଝାଇବା ପାଇଁ ରାତି ପ୍ରାୟ ୨ଟାରେ ନିଷ୍ପାପ ଶିଶୁଟିକୁ ଟେକିଆଣି ତା’ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ ଚେପ। ପୁଅକୁ ହତ୍ୟା କରି ଶବ ଫିଙ୍ଗିବାକୁ ଉଦ୍ୟମ କଲାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ। ଏ ସମ୍ପର୍କରେ ଗ୍ରାମରକ୍ଷୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଚେପଙ୍କୁ ଗିରଫ କରି କେସ୍‌ ନଂ ୧୩୩/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe