ରାଜନଗରରେ ଚାଞ୍ଚଲ୍ୟ: ଘରୁ ଉଦ୍ଧାର ହେଲା ବାପା, ମାଆ ଓ ପୁଅଙ୍କ ମୃତଦେହ

Advertisment
ରାଜନଗରରେ ଚାଞ୍ଚଲ୍ୟ: ଘରୁ ଉଦ୍ଧାର ହେଲା ବାପା, ମାଆ ଓ ପୁଅଙ୍କ ମୃତଦେହ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ର ନଗର ଗାଁରେ ଚାଞ୍ଚଲ୍ୟ।  ଏକ ବନ୍ଦ ଘରୁ ମିଳିଛି ବାପ, ମାଆ ଓ ପୁଅଙ୍କ ମୃତଦେହ। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩), ମାଆ ଜୟନ୍ତୀ (୪୫) ଓ ପୁଅ ପରୀକ୍ଷିତ(୨୭)। ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି  ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଏବେ ଘଟଣାସ୍ଥଳରେ ତହସିଲଦାର ଅଜୟ କୁମାର ମହାନ୍ତି, ଏସଡିପିଓ କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଘର ତାଡ଼ି ତିନିଟି ମୃତଦେହ ଉଦ୍ଧାର କରିଛି।

ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe