ଝିଅକୁ ତଣ୍ଟି ଚିପି ହତ୍ୟା କଲା ବାପା

ଝିଅକୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବେହରା ଗ୍ରାମରେ ଘରୋଇ କଳିକୁ ନେଇ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ବାପା । ମିଳିଥିବା ସୂଚନା ମୁତାବକ କେନ୍ଦୁବେହରା ଗ୍ରାମରେ ଗଜାନନ ମାଝୀଙ୍କର ଗତକାଲି ପତ୍ନୀ ସହ ଝଗଡା ହୋଇଥିଲା। ହେଲେ ଗଜାନନ ରାଗି ଯାଇ ନିରୀହ ନାବାଳିକା ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲା ।

ଏନେଇ ଗ୍ରାମବାସୀ ଧରମବନ୍ଧା ପୁଲିସକୁ ଖବର ଦେଇଥିଲେ | ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି | ଘଟଣାର ତଦନ୍ତ ଚାଲିଥିବାର ଧରମବନ୍ଧା ଥାନା ଅଧିକାରୀ ବିନୋଦ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe