The Guardian Nigeria
ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ୪ ଛୁଆର ବାପ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଏକ ଗ୍ରାମର ୪ଟି ଛୁଆଙ୍କ ବାପା ଗତକାଲି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ଜଣେ ୧୨ ବର୍ଷ ବୟସର ଦିବ୍ୟାଙ୍ଗ ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରିଥିଲେ।
ନାବାଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ କହିବା ପରେ ଗ୍ରାମରେ ଏକ ବୈଠକ ବସିଥିଲା। ତେବେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରି ନଥିଲା। ଫଳରେ ଆଜି ନାବାଳିକାଙ୍କ ବାପା ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୬୩/୨୨ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
Follow Us