ଲଛିପୁର ଫାଣ୍ଡିରେ ବାପାଙ୍କ ଅଭିଯୋଗ: ‘ପୁଅକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଛି’

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଡୁଙ୍ଗୁରିପାଲି/ଲଛିପୁର: ମୋ ପୁଅ ହିରୋ ହାତୀ(୪୫)କୁ ହତ୍ୟା କରି ଡୁମେରଖୋଲ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ଏପରି ଅଭିଯୋଗ କରିଛନ୍ତି ମେଣ୍ଡା ଗ୍ରାମର ଧନୁଜ ହାତୀ। ଲଛିପୁର ଫାଣ୍ଡିରେ କରିଥିବା ଅଭିଯୋଗ ପରେ ଡୁଙ୍ଗୁରିପାଲି ଆଇଆଇସି ଭାନୁ ଶଙ୍କର ଯାଦବ ଓ ଲଛିପୁର ଥାନାଧିକାରୀ ପ୍ରଦୀପ ପଧାନ ଘଟଣାସ୍ଥଳକୁ ଯାଇ ହିରୋଙ୍କ ମୃତଦେହ ଜବତ କରି ସୋନପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଡୁଙ୍ଗୁରିପାଲି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଆଇଆଇସି ଶ୍ରୀ ଯାଦବ ତଦନ୍ତ କରୁଥିବା ପ୍ରକାଶ।

ଶ୍ରୀ ହାତୀ ଲଛିପୁର ଫାଣ୍ଡିରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ବୁଧବାର ତାଙ୍କ ପୁଅ ହିରୋ ନିଖୋଜ ଥିଲା। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାର ପତ୍ତା ମିଳି ନଥିଲା। ବାରପାହାଡ଼ ଡୁମେରଖୋଲ ଜଙ୍ଗଲରେ ତାଙ୍କ ପୁଅର ମୃତଦେହ ପଡ଼ିଥିବା ଜାଣି ତାଙ୍କ ପୁଅକୁ କେହି ଦୁର୍ବୃତ୍ତ ମାରି ଦେଇଛି ବୋଲି ସେ ଶନିବାର ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe