ଏଫ୍‌ସିଆଇ ଜିଏମ୍‌ ଓ କର୍ମଚାରୀ ମୁହାଁମୁହିଁ: କର୍ମଚାରୀ ସଂଘର ଧାରଣା

Advertisment
ଏଫ୍‌ସିଆଇ ଜିଏମ୍‌ ଓ କର୍ମଚାରୀ ମୁହାଁମୁହିଁ:  କର୍ମଚାରୀ ସଂଘର ଧାରଣା

ଭୁବନେଶ୍ବର: ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଜିଏମ୍‌ ଓ କର୍ମଚାରୀ ସଂଘ ମୁହାଁମୁହିଁ ଅବସ୍ଥାରେ। ୧୦ ଦଫା ଦାବି ନେଇ ଏଫ୍‌ସିଆଇ ଜିଏମ୍‌ଙ୍କ ବିରୋଧରେ ଭୁବନେଶ୍ବର ସମେତ ସମ୍ବଲପୁର, ଟିଟିଲାଗଡ଼, ଜୟପୁର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ବାଲେଶ୍ବରସ୍ଥିତ ଉପଖଣ୍ଡସ୍ତରୀୟ କାର୍ଯ୍ୟାଳୟ ଏବଂ ରାଜ୍ୟର ୨୧ ଗୋଦାମରେ ଧାରଣା ଦିଆଯାଇଛି। ସେମାନଙ୍କ ଦାବି ପୂରଣ ନହେଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ଦାବି ମଧ୍ୟରେ ରହିଛି, ଜିଏମ୍‌ଙ୍କ ପକ୍ଷରୁ ସଂଘ ସହିତ ଯଥାଶୀଘ୍ର ବୈଠକ କରାଯାଇ ବିବାଦ ସମାଧାନ ପାଇଁ ପଦକ୍ଷେପ, ବେଆଇନ ଭାବରେ ଏକକାଳୀନ ୧୩ ଜଣଙ୍କ ବଦଳିକୁ ବାତିଲ, ଗତବର୍ଷ ମ୍ୟାନେଜର (କ୍ବାଲିଟି କଣ୍ଟ୍ରୋଲ)ଙ୍କ ବିରୋଧରେ ଜାରି କାରଣ ଦର୍ଶାଅ ନୋଟିସକୁ ବାତିଲ, ୨୦୧୫ ମସିହାରୁ ପଡ଼ି ରହିଥିବା ଓଭର୍‌ଟାଇମ୍‌ ପେମେଣ୍ଟକୁ ଯଥାଶୀଘ୍ର ପ୍ରଦାନ, ସଂଘ କାର୍ଯ୍ୟାଳୟ ମରାମତି, ଡିପୋରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, ଯୋଗ୍ୟ କର୍ମଚାରୀଙ୍କୁ ଟିଏ, ଡିଏ ପ୍ରଦାନ ପାଇଁ ଅନୁମତି ଆଦି ସାମିଲ ରହିଛି। ସଂଘର ସର୍ବଭାରତୀୟ ଅତିରିକ୍ତ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଓଡ଼ିଶା ସଂଘ ସଭାପତି ହରମୋହନ ତ୍ରିପାଠୀ, ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe