ଅନାସ୍ଥା ଭୟ! ବିଷ ପିଇଦେଲେ ମହିଳା ସରପଞ୍ଚ

Advertisment

ଅନାସ୍ଥା ଭୟରେ ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ସେ ବିଷ ପିଇଥିବା ଜଣାପଡ଼ିଥିଲା।

ଅନାସ୍ଥା ଭୟରେ ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ସେ ବିଷ ପିଇଥିବା ଜଣାପଡ଼ିଥିଲା।

ବିଷପାନ କରି ଯୁବତୀଙ୍କ ଆତ୍ମହତ୍ୟା

ଗାଈସିଲାଟ: ଅନାସ୍ଥା ଭୟରେ ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ସେ ବିଷ ପିଇଥିବା ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ଶ୍ରୀମତୀ ସେଠଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ହୋଇଥିଲା। ଆସନ୍ତା ୧୨ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଲାଗି ପଞ୍ଚାୟତ କାର୍ଯ୍ୟାଳୟଠାରେ ସଭା ହେବାକୁ ସ୍ଥିର ହୋଇଥିଲା। ସରପଞ୍ଚ ଶ୍ରୀମତୀ ସେଠ ମନମୁଖି କାର୍ଯ୍ୟ ଚଳାଇଥିବାବେଳେ ତାଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତଙ୍କୁ ଖରାପ ଭାଷାରେ ଗାଳି କରୁଥିବା ଅଭିଯୋଗ ହୋଇଥିଲା। ସଭ୍ୟଙ୍କ ଦାବି କ୍ରମେ ପଦ୍ମପୁର ଉପଜିଲ୍ଲାପାଳ ନୋଟିସ୍‌ ଜାରି କରିଥିଲେ। ତେବେ ସରପଞ୍ଚ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଥିବା କହିବା ସହ ଅନାସ୍ଥା ନୋଟିସକୁ କେନ୍ଦ୍ର କରି ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପୁଅ ରାହୁଲ ସେଠ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଗାଈସିଲାଟ ବିଡିଓ ଲକ୍ଷ୍ମଣ ମାଝୀ ତାଲପାଲି ପିଇଓଙ୍କୁ ହସ୍ପିଟାଲକୁ ପଠାଇ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ ଓ ସରପଞ୍ଚଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ଆଜି ସକାଳ ପ୍ରାୟ ୯ଟା ସମୟରେ ଉର୍ମିଳା ତାଙ୍କ ପୁତୁରା ପ୍ରମୋଦଙ୍କ ସହ ଗାଈସିଲାଟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଝିଅ ରୂପାଲିଙ୍କୁ ଦେଖା କରିବାକୁ ଆସିଥିଲେ। ଘରକୁ ଯିବା ବାଟରେ ତାଲପାଲି ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଦେଖା କରିବାକୁ ଯାଇଥିଲେ। ସାଙ୍ଗରେ ଥିବା ପୁତୁରା ପ୍ରମୋଦ କିଛି ଖାଇ ଯାଉଛି କହି ହୋଟେଲକୁ ଯାଇଥିଲେ। ପରେ ଉର୍ମିଳା ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ପୁଅ ରାହୁଲଙ୍କୁ ଖବର ଦେଇଥିଲେ। ସରପଞ୍ଚ ଉର୍ମିଳାଙ୍କ ସ୍ବାମୀ ସ୍ବାସ୍ଥ୍ୟ ସମସ୍ୟା ନେଇ ଭୁବନେଶ୍ବର ଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe