Telegraph India
ବଲାଙ୍ଗୀର : ଗାଁଠୁ ନେଇ ସହର ସବୁଠି କରୋନାକୁ ନେଇ ଭୟର ବାତାବରଣ। ଶବସତ୍କାର ପାଇଁ ପାଖପଡ଼ୋଶୀ ସଂପର୍କୀୟ ବାହାରୁ ନାହାନ୍ତି। ଏଭଳି ଘଟଣା ଏବେ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ବଲାଙ୍ଗୀର ସହର ଭିତରେ ଶବ ସତ୍କାରରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଶବ ସତ୍କାର କରିବାକୁ କେହି ବାହାରିନଥିବା ବେଳେ ସ୍ୱେଚ୍ଛାସେବୀମାନେ ସତ୍କାର କରିଛନ୍ତି। ଆଉ କରୋନା ଶବ ଭାବି ଶ୍ମଶାନରୁ ବି ସ୍ଥାନୀୟ ଲୋକେ ଫେରାଇ ଦେଇଛନ୍ତି।
ବଲାଙ୍ଗୀର ଶାନ୍ତିପଡ଼ା ନିବାସୀ ନବକିଶୋର ବରିହା(୬୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଦୁଇଝିଅ ବାହାରେ ଥିବା ବେଳେ ଏଠି କେବଳ ସ୍ୱାମୀ ସ୍ତ୍ରୀ ଥିଲେ। ମୃତ୍ୟୁ ପରେ କରୋନା ପଜିଟିଭ ଥିଲେ ଭାବି ପାଖପଡ଼ୋଶୀ ଶବସତ୍କାର ପାଇଁ କେହି ବାହାରିନଥିଲେ। ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଦେବରାଜ ମହାନନ୍ଦ, ପାର୍ଥ କରଣ, ଦେବରାଜ ନାହାକ ଖବର ପାଇ ପହଞ୍ଚି ଶବ ସତ୍କାର ପାଇଁ ପ୍ରାଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାପରେ ପିପିଇ କିଟ ପିନ୍ଧି ଶବକୁ ବିଭୂତିପଡ଼ା ଶ୍ମଶାନକୁ ସତ୍କାର ପାଇଁ ନେଇଥିଲେ। କିନ୍ତୁ ବିଭୂତିପଡ଼ାଠାରେ କିଛି ସ୍ଥାନୀୟ ଲୋକ କରୋନା ଶବ କହି ସତ୍କାର କରିବାକୁ ସେଠାରେ ମନା କରି ଦେଇଥିଲେ। ଫଳରେ ସେମାନେ ଆର୍ଟିଓ ଛକ ଶ୍ମଶାନକୁ ନେଇ ସତ୍କାର କରିଥିଲେ। ସେଠାକୁ ବଡ଼ ଜ୍ୱାଇଁ ପହଞ୍ଚି ମୁଖାଗ୍ନି ଦେଇଥିଲେ।
Follow Us