ବହିଷ୍କୃତଙ୍କ ଆତ୍ମାହୁତି ଭୟ! କଂଗ୍ରେସ ଭବନ ଫାଟକରେ ତାଲା

Advertisment

ଫାଟକ ବାହାରେ ଧାରଣାରେ ବସିଲେ ଶ୍ରୀୟାସ୍ମିତା, ସଭାପତିଙ୍କ ଉପରେ ବର୍ଷିଲେ

ଫାଟକ ବାହାରେ ଧାରଣାରେ ବସିଲେ ଶ୍ରୀୟାସ୍ମିତା, ସଭାପତିଙ୍କ ଉପରେ ବର୍ଷିଲେ

ବହିଷ୍କୃତଙ୍କ ଆତ୍ମାହୁତି ଭୟ! କଂଗ୍ରେସ ଭବନ ଫାଟକରେ ତାଲା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ ଘଟଣା ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି। ଗତକାଲି ଏହି ଘଟଣାକୁ ନେଇ ୫ଜଣ କର୍ମକର୍ତ୍ତାଙ୍କୁ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ପରେ ବିବାଦ ଥମିବା ପରିବର୍ତ୍ତେ ଆହୁରି ବଢ଼ିଛି। ଶେଷ‌ରେ ଆଜି କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇବାକୁ ପଡ଼ିଛି। ବହିଷ୍କୃତ କର୍ମକର୍ତ୍ତାଙ୍କ ମଧ୍ୟରୁ ଜଣେ ଆତ୍ମାହୁତି ପାଇଁ ଧମକ ଦେଇଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଫାଟକରେ ତାଲା ପକାଯାଇଥିବା କୁହାଯାଉଛି।

ଆଜି ସକାଳେ କଂଗ୍ରେସ ଭବନର ମୁଖ୍ୟ ଫାଟକରେ ତାଲା ପଡ଼ିଥିଲା। ଜଣେ ବ୍ୟକ୍ତି ବାହାର ପଟୁ ତାଲା ପକାଉଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କଂଗ୍ରେସ ଭବନ ଭିତରକୁ ପଶିବାକୁ ଅନୁମତି ମିଳି ନ ଥିଲା। ଗତକାଲି କଂଗ୍ରେସରୁ ବହିଷ୍କୃତ ହୋଇଥିବା ପ୍ରଦେଶ ମହିଳା କଂଗ୍ରେସ କମିଟି ସାଧାରଣ ସଂପାଦକ ଶ୍ରୀୟାସ୍ମିତା ପଣ୍ଡା ଆଜି କଂଗ୍ରେସ ଭବନକୁ ଆସିଥିଲେ। ତେବେ ମୁଖ୍ୟ ପାଠକରେ ତାଲା ପଡ଼ିଥିବା ଦେଖି ସେଠାରେ ଧାରଣା ଦେଇଥିଲେ। ଶ୍ରୀୟାସ୍ମିତା କହିଛନ୍ତି, ମତେ ଡରିକି ସଭାପତି ତାଲା ପକାଇଦେଇଛନ୍ତି। କଂଗ୍ରେସ ଭବନରେ ତାଲା ପକାଇ ସେମାନେ କେତେ ଭୁଲ୍‌ କରିଛନ୍ତି ଓ ମନରେ କେତେ ଭୟ ରହିଛି ତାହା ଜଣାଇଦେଲେ। ତେବେ କେତେଦିନ ପର୍ଯ୍ୟନ୍ତ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପଡ଼ିବ ତାହା ସଂପର୍କରେ କଂଗ୍ରେସ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଫାଟକ ବାହାରେ ଧାରଣାରେ ବସିଲେ ଶ୍ରୀୟାସ୍ମିତା, ସଭାପତିଙ୍କ ଉପରେ ବର୍ଷିଲେ
ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ବହିଷ୍କୃତ ହୋଇଛନ୍ତି ୫ କର୍ମକର୍ତ୍ତା

ଉଲ୍ଲେଖ ଯେ ଗତ ୨୧ ତାରିଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ପଶି କିଛି ଯୁବକ କାଳିମାଡ଼ କରିଥିଲେ। ସଂପୃକ୍ତ ଯୁବକମାନେ କିଏ ତାହା ସ୍ପଷ୍ଟ ହୋଇନାହିଁ। ଦଳ ପକ୍ଷରୁ ଏହି ଘଟଣାରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ହେଲେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ସନ୍ଦୀପ ରାଉତରାୟ, ଅମରେଶ ପରିଡ଼ା ଓ ଆର୍ଯ୍ୟନ ସାସମଲଙ୍କୁ ୬ବର୍ଷ ପାଇଁ ବହିଷ୍କାର କରାଯାଇଛି। କାଳି ମାଡ଼ ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନ ଥାଇ ତାଙ୍କୁ ବିନା କାରଣରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଥିଲେ ଶ୍ରୀୟାସ୍ମିତା ପଣ୍ଡା। ଏପରିକି ସଭାପତି ଶରତ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଓ ଗଣମାଧ୍ୟମ ସେଲ୍‌ ମୁଖ୍ୟ ବିଶ୍ବରଂଜନ ମହାନ୍ତିଙ୍କ ବିରୋଧରେ ଏତଲା ଦେବେ ସହ ପେଟ୍ରୋଲ ଢାଳି ହୋଇ କଂଗ୍ରେସ ଭବନରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe