ଟମାଟୋ ଫ୍ଲୁ ଭୟ: ଖୁବଶୀଘ୍ର ଜାରି ହେବ ନମୁନା ସଂଗ୍ରହ ଗାଇଡଲାଇନ୍

Advertisment
ଟମାଟୋ ଫ୍ଲୁ ଭୟ: ଖୁବଶୀଘ୍ର ଜାରି ହେବ ନମୁନା ସଂଗ୍ରହ ଗାଇଡଲାଇନ୍

ଭୁବନେଶ୍ବର : ଟମାଟୋ ଫ୍ଲୁକୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଗତକାଲି ଏ ସଂପର୍କରେ ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଏହି ଆକ୍ରାନ୍ତ ଶିଶୁଙ୍କ ନମୁନା ପଠାଇବାକୁ ନିର୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା ସଂଗ୍ରହ କରାଯିବ ତାହା ସଂପର୍କିତ ଏକ ସବିଶେଷ ଗାଇଡଲାଇନ୍ ଖୁବଶୀଘ୍ର ଜାରି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର।

publive-image Parentune.com

ଡା.ମିଶ୍ର କହିଛନ୍ତି ଯେ, ଟମାଟୋ ଫ୍ଲୁ କୁ ହ୍ୟାଣ୍ଡ-ଫୁଟ୍‌-ମାଉଥ ରୋଗ ବା ଏଫ୍‌ଏଚ୍‌ଏମ୍‌ଡି ବୋଲି ସନ୍ଦେହ କରାଯାଉଛି। ଏହା ଏକ ଭୂତାଣୁ ଜନିତ ରୋଗ। ଶିଶୁ ଏଥିରେ ଆକ୍ରାନ୍ତ ହେଲେ ପିଲା ନ ଖାଇବା ସହିତ ବାନ୍ତି ଓ ଦେହ ହାତ ନାଲି ନାଲି ଫୁଲି ଯାଇଥାଏ। ପିଲାକୁ ଜ୍ବର ହୋଇଥାଏ। ତେବେ ରାଜ୍ୟରେ ଏଭଳି କେତେ ସଂଖ୍ୟକ ଆକ୍ରାନ୍ତ ଶିଶୁ ରହିଛନ୍ତି ତାହା ଜାଣିବା ଲାଗି ଶିଶୁରୋଗ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ହୋଇଥିଲା। ଏହାର ପରୀକ୍ଷା କରିବା ଲାଗି ଆରଏମ୍‌ଆରସି କର୍ତୃପକ୍ଷ ରାଜି ହୋଇଛନ୍ତି। ତେଣୁ ଆକ୍ରାନ୍ତ ଶିଶୁଙ୍କ ନମୁନା କିଭଳି ସଂଗ୍ରହ ହେବ ଓ କିଭଳି ସେମାନେ ଆରଏମ୍‌ଆରସିକୁ ପଠାଇବେ ତାହାର ଗାଇଡଲାଇନ୍ ଜାରି ହେବ ବୋଲି ଡା.ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe