ବାତ୍ୟା ଭୟ ବଢ଼ିଲା: ୨୪ରେ ସ୍ଥଳଭାଗ ଛୁଇଁପାରେ

Advertisment

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ନେଇ ସମୁଦ୍ର ଭିତରେ ପାଗ ପୂରା ଅନୁକୂଳ ଅଛି। ଲଘୁଚାପ ସ୍ଥଳଭାଗର ଯେତେ ନିକଟତର ହେବ ଏହା ସେତେ ଶକ୍ତିଶାଳୀ ହେବ।

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ନେଇ ସମୁଦ୍ର ଭିତରେ ପାଗ ପୂରା ଅନୁକୂଳ ଅଛି। ଲଘୁଚାପ ସ୍ଥଳଭାଗର ଯେତେ ନିକଟତର ହେବ ଏହା ସେତେ ଶକ୍ତିଶାଳୀ ହେବ।

ffsfhhfhf

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ନେଇ ସମୁଦ୍ର ଭିତରେ ପାଗ ପୂରା ଅନୁକୂଳ ଅଛି। ଲଘୁଚାପ ସ୍ଥଳଭାଗର ଯେତେ ନିକଟତର ହେବ ଏହା ସେତେ ଶକ୍ତିଶାଳୀ ହେବ। ୨୪ତାରିଖରେ ବାତ୍ୟା  ସ୍ଥଳ ଭାଗ ଛୁଇଁବ ବୋଲି ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କଲେଣି। ଏପରିକି ପ୍ରାୟ ସବୁ ମଡେଲ୍ ଆକଳନ କରୁଛନ୍ତି ଯେ ବାତ୍ୟା ଓଡ଼ିଶା ଉପକୂଳରେ ହିଁ ମାଡ଼ ହେବ। କିନ୍ତୁ ଭାରତୀୟ ପାଣିପାଗ କେନ୍ଦ୍ର କହିଛି ଯେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହେବ। ଏହାପରେ ବାତ୍ୟାର ରୂପ ନେବ ନା ନାହିଁ, ବାତ୍ୟା ହେଲେ ଏହା କେଉଁଠି, କେଉଁଦିନ ଓ କେତେବେଳେ ମାଡ଼ ହେବ ସେନେଇ ସ୍ପଷ୍ଟ ଚିତ୍ର ଆସିବ। ବିଭିନ୍ନ ପାଣିପାଗ ମଡେଲ୍ ସୂଚନା ଅନୁଯାୟୀ, ସମୁଦ୍ର ଉପରିଭାଗରେ ତାପମାତ୍ରା ୩୦ରୁ ୩୨ଡିଗ୍ରି ସେଲସିୟସ୍ ରହିଛି। ଯାହା ବର୍ତ୍ତମାନର ସ୍ବାଭାବିକ ତାପମାତ୍ରା ଠାରୁ ବହୁତ ଅଧିକ। ଏଥିପାଇଁ ଏବେ ସମୁଦ୍ର ଭିତରେ ଭାସମାନ ବାଦଲଗୁଡ଼ିକ ଏକାଠି ହେଉଛି। ଏହା ନିଶ୍ଚିତ ଯେ ଏହା ପ୍ରବଳରୁ ଅତି ପ୍ରବଳ ବର୍ଷା କିମ୍ବା ବାତ୍ୟା ସୃଷ୍ଟି କରିବାକୁ ଯାଉଛି। ବାତ୍ୟା ଓଡ଼ିଶାରେ ଗୋପାଳପୁରରୁ ଧାମରା ମଧ୍ୟରେ ମାଡ଼ ହେବ ବୋଲି ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। 

ଜିଏଫ୍‌ଏସ୍‌, ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ୍ ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଖୁବ୍‌ ଶୀଘ୍ର ଲଘୁଚାପରେ ପରିଣତ ହେବ। ଏହାପରେ ଏହା ବାତ୍ୟାର ରୂପ ନେଇ ଓଡ଼ିଶା ମୁହାଁ ହେବ। ଇସିଏମ୍‌ଡବ୍ଲ୍ୟୁଏଫ୍ ଆକଳନ ଅନୁଯାୟୀ, ବାତ୍ୟା ସମ୍ଭବତଃ ଗୋପାଳପୁର ନିକଟରେ ଓଡ଼ିଶାରେ ମାଡ଼ ହେବ। ଆଇଓସିଏନ୍ ମଡେଲ ବି ଏହି ଗୋପାଳପୁରରେ ବାତ୍ୟା ମାଡ଼ ହେବା ନେଇ ପୂର୍ବାନୁମାନ କରିଛି। ହେଲେ ଜିଏଫ୍‌ଏସ୍‌ ପୂର୍ବାନୁମାନ କରିଛି ବାତ୍ୟା ଭଦ୍ରକରୁ ବାଲେଶ୍ବର ମଧ୍ୟରେ ମାଡ଼ ହେବ। କିନ୍ତୁ ଇସିଏମ୍‌ ଏଆଇ ମଡେଲ ଆକଳନ କହୁଛି ଲଘୁଚାପ ଭୀଷଣ ବାତ୍ୟାର ରୂପ ନେବ। ଏହା ଧାମରା ଉପକୂଳରେ ମାଡ଼ ହେବ। 

୨୪ରେ ସ୍ଥଳଭାଗ ଛୁଇଁପାରେ
ଦୁଇଟି ମଡେଲ୍ କହୁଛି ଗୋପାଳପୁରରେ ମାଡ଼ ହେବ
ଆଉ ଦୁଇଟି ମ‌ଡେଲ୍ କହୁଛି ଭଦ୍ରକ-ବାଲେଶ୍ବରକୁ ବିପଦ
ସମୁଦ୍ରରେ ପାଗ ଅନୁକୂଳ ପ୍ରବଳ ବର୍ଷା ହେବା ନିଶ୍ଚିତ

ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି  ହୋଇଥିବା ଘୂର୍ଣ୍ଣିବଳୟ ପ୍ରାୟ ୫.୮କିମି ପର୍ଯ୍ୟନ୍ତ ଆଚ୍ଛାଦିତ ରହିଛି। ପ୍ରଭାବରେ  ସୋମବାର (୨୧ତାରିଖ) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୩ ତାରିଖରେ ଘନୀଭୂତ ହେବ। ଏହାର ପ୍ରଭାବରେ ଆଣ୍ଡାମାନ ଉପକୂଳରେ ୧୯ରୁ ୨୧ ଯାଏ ପ୍ରବଳ ବର୍ଷା ହେବ। ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।  ଏହି ସମୟରେ ୬୦ରୁ ୬୫ କିମି ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିଆସନ୍ତୁ। ୨୧ ତାରିଖରେ ଲଘୁଚାପର ଚିତ୍ର ସ୍ପଷ୍ଟ ହେବ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଅକ୍ଟୋବର ମାସ ବାତ୍ୟା ସମୟ ହୋଇଥିବାରୁ ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟା ହେବ ବୋଲି ଆକଳନ କରିଛନ୍ତି। କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଆଇଏମ୍‌ଡି ପକ୍ଷରୁ ଆସନ୍ତା ୭ଦିନ ପାଇଁ ଜାରି ହୋଇଥିବା ପାଣିପାଗ ସୂଚନାରେ କୁହାଯାଇଛି ଯେ ଲଘୁଚାପ ବାତ୍ୟାର ରୂପ ନେଇ ଆସନ୍ତା ୨୪ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବା ସମ୍ଭାବନା ୬୮ରୁ ୧୦୦% ରହିଛି। ଆଇଏମ୍‌ଡି ପରୋକ୍ଷରେ ବାତ୍ୟା ଅାଶଙ୍କାକୁ ସ୍ବୀକାର କରୁଥିବାରୁ ବାତ୍ୟା ଆଶଙ୍କା ବଢ଼ିଯାଇଛି। 

ଅନ୍ୟପଟେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ମୁତାବକ ଏକ ଟ୍ରପ ଲାଇନ୍‌ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ। ଏହାର ପ୍ରଭାବରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେ‌ଳେ ଜଗତସିଂହପୁରରେ ୩୭.୧, ଦାରିଙ୍ଗିବାଡ଼ିରେ ୩୫, ଟିଟିଲାଗଡ଼ରେ ୨୪, ଭୁବନେଶ୍ବରରେ ୨୧.୮, କଟକରେ ୧୩.୪, ମାଲକାନଗିରିରେ ୬.୪, ଭଦ୍ରକ‌ରେ ୫.୩, କୋରାପୁଟରେ ୫.୨, ପାରଳାଖେମୁଣ୍ଡିରେ ୪, ନବରଙ୍ଗପୁରରେ ୩.୨, କେନ୍ଦ୍ରପଡ଼ାରେ ୩, ଢେଙ୍କାନାଳରେ ୨.୪ ଓ ଚାନ୍ଦବାଲିରେ ୧.୮ ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe