ସର୍ବଭାରତୀୟ ଡିପ୍ଲୋମା ଇଂଜିନିୟର ମହାସଂଘର ୭ମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

Advertisment
ସର୍ବଭାରତୀୟ ଡିପ୍ଲୋମା ଇଂଜିନିୟର ମହାସଂଘର ୭ମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘ ଚଳିତ ବର୍ଷ ପାଳନ କରୁଛି ପ୍ଲାଟିନମ୍ ଜୁବୁଲି ଉତ୍ସବ। ଏହାର ପ୍ରଥମ ପର୍ଯ୍ୟାୟ ଉତ୍ସବ ଗତ ଜୁନ୍‌ ୧୧ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଆଜି ଭୁବନେଶ୍ୱରସ୍ଥ ସଂଘ କାର୍ଯ୍ୟାଳୟ ‘ଓଡ଼େଶା ଭବନ’ ପରିସରରେ ପ୍ଲାଟିନମ୍ ଜୁବୁଲିର ଦ୍ବିତୀୟ ପର୍ଯ୍ୟାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସଂଘ ଭବନଠାରେ ନୂତନ ଭାବରେ ନିର୍ମିତ ସମ୍ମିଳନୀ କକ୍ଷଠାରେ ସର୍ବଭାରତୀୟ ଡିପ୍ଲୋମା ଇଂଜିନିୟର ମହାସଂଘ ଓ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ପାରିଷଦ ବର୍ଗଙ୍କର ଏକ ମିଳିତ ଅଧିବେଶନ ଓଡ଼ିଶାର ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ, ସର୍ବଭାରତୀୟ ଡିପ୍ଲୋମା ମହାସଂଘର ୭ମ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାସହିତ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ମଧ୍ୟ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି।
ଏହି ଦୁଇ ବୈଠକରେ ଭାରତର ବିଭିନ୍ନ ରାଜ୍ୟରୁ ଡିପ୍ଲୋମା ଇଂଜିନିୟର ପ୍ରତିନିଧିବୃନ୍ଦ ତଥା ଓଡ଼ିଶାର କର୍ମକର୍ତ୍ତାମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ।

ସଂଘର ଉପଦେଷ୍ଟା ଇଂ. ସଚିତ୍ର ମୋହନ ରାଉଳ ସ୍ବାଗତ ଅଭିଭାଷଣ ଦେଇଥିଲାବେଳେ ସାଧାରଣ ସମ୍ପାଦକ ଇଂ. ଶ୍ରୀଧର ବାରିକ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ସଂଗଠନ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ପ୍ଲାଟିନମ୍ ଜୁବୁଲି ଅଧକ୍ଷ ଇଂ ନିର୍ମଳ ଚନ୍ଦ୍ର ସ୍ବାଇଁ, ସଂଘର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଇଂ ନରେନ୍ଦ୍ର କୁମାର ନାୟକ, ଡିପ୍ଲୋମା ଇଂଜିନିୟରମାନଙ୍କର ବିଭିନ୍ନ ସମସ୍ୟା ଓ ଜାତୀୟ ସ୍ତରରେ କିଭଳି ଏହା ଉପସ୍ଥାପିତ ହୋଇପାରିବ, ସେ ବିଷୟରେ ନିଜ ନିଜର ମତ ରଖିଥିଲେ। ଡିପ୍ଲୋମା ଇଂଜିନିୟର ମହାସଂଘର ସେକ୍ରେଟାରୀ ଜେନେରାଲ ଇଂ. ମନମୋହନ ରାଜବଂଶୀ, ସଭାପତି ଇଂ. ସୁଧୀର ପନୱାର୍ ଓ ଉପଦେଷ୍ଟା ଇଂ. ଆର.କେ.ସିଂ ପ୍ରମୁଖ ଯୋଗଦାନ କରି ଜାତୀୟସ୍ତରରେ ଡିପ୍ଲୋମା ଇଂଜିନିୟରମାନଙ୍କର ସମସ୍ୟା ସମାଧାନ ପାଇଁ ମହାସଂଘ ପ୍ରତିବଦ୍ଧତାକୁ ଉତ୍‌ଥାପନ କରିଥିଲେ। ଏହି ଅବସରରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ତରଫରୁ ସର୍ବଭାରତୀୟ ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଶେଷରେ ଉପସଭାପତି ଇଂ. ସୁଦର୍ଶନ ବେହେରା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe