କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁପ୍ରମା ମିଶ୍ରଙ୍କୁ ହାଇକୋର୍ଟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ହାଇକୋର୍ଟ ସମ୍ବର୍ଦ୍ଧନା କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଏବଂ ତାଙ୍କ ଧର୍ମପତ୍ନୀ ଉମା ଶରନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ସୁପ୍ରମା ମିଶ୍ରଙ୍କ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜୁଡିସିଆଲ ଏକାଡେମୀର ଅଧ୍ୟକ୍ଷ ଜଷ୍ଟିସ ବି.କେ.ନାୟକ, ରେଜିଷ୍ଟ୍ରାର(ପ୍ରଶାସନ) ପକ୍ଷରୁ ମାନସ କୁମାର ତ୍ରିପାଠୀ, ରେଜିଷ୍ଟ୍ରାର(ଜୁଡିସିଆଲ) ଅମୀୟ କୁମାର ସାହୁ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତି ନବକିଶୋର ମଲ୍ଲିକ, ହାଇକୋର୍ଟ ସେକ୍ରେଟାରିଆନ ବିଭୂତି ଭୂଷଣ ପତି, ହାଇକୋର୍ଟ କର୍ମଚାରୀ ସଂଘ ସଭାପତି ଜୟନ୍ତ କୁମାର ସେନ ତଥା ଅନ୍ୟ କର୍ମଚାରୀମାନଙ୍କ ପକ୍ଷରୁ ଜଷ୍ଟିସ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ହାଇକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଉପସ୍ଥିିତ ଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଜଷ୍ଟିସ ମିଶ୍ର ନିଜ ହାଇକୋର୍ଟ ଜୀବନୀ ସ୍ମୃତିଚାରଣ କରିଥିଲେ । ଏଥିସହିତ ଆଇନଜୀବୀମାନେ ନିୟମ ପରିସରରେ ରହି କାର୍ଯ୍ୟ କରିବାକୁ ଜଷ୍ଟିସ ମିଶ୍ର ପରାମର୍ଶ ଦେଇଥିଲେ । ଏହି ଅବସରରେ ଜଷ୍ଟିସ ମିଶ୍ର ଶିଶୁ ସୁରକ୍ଷା କମିଟି (ଜୁଭେନାଇଲ ଜଷ୍ଟିସ ବୋର୍ଡ)ର ସ୍ମରଣିକାକୁ ଉନ୍ମୋଚିତ କରିଥିଲେ ।
ପ୍ରଧାନ ବିଚାରପତିଙ୍କୁ ହାଇକୋର୍ଟରେ ସମ୍ବର୍ଧନା
Advertisment
Follow Us