ଭୁବନେଶ୍ୱର : ‘ସାବାସ ବିଜୁ’ ଚଳଚ୍ଚିତ୍ରର କଳାକାରମାନଙ୍କୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ସନ୍ତୋଷ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ ଏକ ବାଳକର କାହାଣୀ ଉପରେ ଆଧାରିତ। ଏଥିରେ ଅଭିନୟ କରିଥିବା ଶିଶୁ କଳାକାର ସ୍ନେହାଲ ସୁଜୟ ମହାନ୍ତି, ଶୁଭାଙ୍ଗୀ ପଣ୍ଡା ଓ କଲ୍ୟାଣୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଥିଲେ। ଏହି ଅବସରରେ ଚଳଚ୍ଚିତ୍ରର ଏକ ପୋଷ୍ଟର୍କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏହି ଚଳଚ୍ଚିତ୍ରଟି ବେଶ୍ ପ୍ରଶଂସିତ ହୋଇଛି।
‘ସାବାସ ବିଜୁ’ ଚଳଚ୍ଚିତ୍ରର କଳାକାରଙ୍କୁ ସମ୍ବର୍ଦ୍ଧନା
Advertisment
Follow Us