ପୁଡ଼ୁଚେରୀରେ ମନୋଜ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ

Advertisment
ପୁଡ଼ୁଚେରୀରେ ମନୋଜ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ

ପୁଡ଼ୁଚେରୀ : ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ ଦିଆଯିବା ନେଇ ଘୋଷଣା କରାଯିବା ପରେ ତାଙ୍କୁ ନେଇ କେବଳ ଓଡ଼ିଶା ନୁହେଁ ସେ ରହୁଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି ।

ପୁଡୁଚେରୀ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଓ ଶିକ୍ଷାମନ୍ତ୍ରୀ କମଲାକାନନ ଶ୍ରୀ ଦାସଙ୍କ ବାସଭବନକୁ ଯାଇ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏ ସଂପର୍କରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଗତକାଲି ଉପରାଜ୍ୟପାଳ କିରଣ ବେଦୀ ରାଜଭବନରେ ପ୍ରଫେସର ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ଏହା ଛଡ଼ା ପଦ୍ମଶ୍ରୀ ପାଇଥିବା ଟେରାକୋଟା ଶିଳ୍ପୀ ଭି.କେ.ମୁନୁସ୍ୱାମୀଙ୍କୁ ମଧ୍ୟ ସେ ସମ୍ବର୍ଦ୍ଧନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଗତ ୨୫ ତାରିଖରେ କେନ୍ଦ୍ର ସରକାର ଶ୍ରୀ ଦାସଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରିଥିଲେ । ପୂର୍ବରୁ ୨୦୦୧ରେ ଶ୍ରୀଦାସଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଦେଶ ଭିତରେ ଜଣେ ଲୋକପ୍ରିୟ ଲେଖକଭାବେ ସେ ଯେତିକି ପରିଚିତ ଦେଶ ବାହାରେ ମଧ୍ୟ ସେ ଜଣେ ଅନ୍ତର୍ଜାତୀୟ ଲେଖକ ଭାବେ ସେତିକି ବିଦିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe