ଗଛରୁ ପଡ଼ି ଯୁବକ ମୃତ

Advertisment
ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଠାକୁରପଡ଼ା ପଞ୍ଚାୟତ ଘଷଣାଟାଙ୍ଗର ଗ୍ରାମର ରସିକ ମହାକୁଡ଼ (୩୫) ଗଛରୁ ଖସି ପଡ଼ି ଆଜି କେନ୍ଦୁଝର ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି।  ୨୮ ତାରିଖରେ ଶ୍ରୀ ମହାକୁଡ଼  କାଇ ପାରିବା ପାଇଁ ଗଛକୁ ଚଢିଥିଲେ । ତେବେ କାଇ ପାରିବାବେଳେ  ଗଛର ଡାଳ ଭାଙ୍ଗି ଯିବାରୁ  ସେ ଗଛରୁ ତଳକୁ ଖସି ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗତକାଲି କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ଥାନାର ଏଏସଆଇ ସନ୍ତୋଷ କୁମାର ବେହେରା ୧୦/୨୨ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe