ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ

Advertisment

ଦୁଃଖ ପ୍ରକାଶ କଲେ ଡିଆଇଜି

ଦୁଃଖ ପ୍ରକାଶ କଲେ ଡିଆଇଜି

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ

ଭୁବନେଶ୍ୱର/କଟକ: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଡିଆଇଜି ଓ ତାଙ୍କ ପତ୍ନୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ସେ। ଏହାଛଡ଼ା ପୀଡ଼ିତା ହୋମଗାର୍ଡଙ୍କୁ ଡିଆଇଜିଙ୍କ ଦରମାରୁ ୩୦ ଲକ୍ଷ କ୍ଷତିପୂରଣ ଦେବାକୁ ବି ଅପିଲ୍ କରାଯାଇଥିବା ଜଣାଯାଇଛି। ଅଭିଯୋଗ ପରେ କେଶ ଡାଏରି କରିଛନ୍ତି ଜାତୀୟ ମାନବାଧିକାର କମିଶନ।

ଏଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଆଇଜି ବ୍ରିଜେଶ ରାୟ। ସେ କହିଛନ୍ତି, ମହିଳା ହୋମଗାର୍ଡ ଏଠାରେ କାମ କରୁଥିଲେ, ତାଙ୍କର କୌଣସି ଅସୁବିଧା ନଥିଲା। ବେଳେବେଳେ ବ୍ୟକ୍ତିଗତ ଜୀବନରେ ସେ ଅନ୍ୟମନସ୍କ ରହୁଥିଲେ। ବଡ଼ଝିଅର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଚିନ୍ତିତ ରହୁଥିଲେ। ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ସେ ବିଚଳିତ ଥିଲେ, ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଇଥିଲା। ତାଙ୍କ ମନରେ କଣ ଥିଲା କହି ହେବନି। ସେ ହଠାତ ଫେରୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ କେହି ଉସକାଇକି ଏଭଳି କରାଉଥିବା ଜଣା ପଡ଼ିଛି। କୌଣସି ପ୍ରକାରର ନିର୍ଯାତନା ଦିଆଯାଇନଥିଲା। ଆମେ ତାଙ୍କୁ ନିଜର ପରିବାର ଭଳି ଭାବୁଥିଲୁ। ସେ କେବେବି କୌଣସି ପ୍ରକାରର ସମସ୍ୟା ନେଇ ମୋ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆର ଆଇଙ୍କ ପାଖରେ ଅଭିଯୋଗ କରି ନାହାନ୍ତି। ଆମେ ତାଙ୍କର ଯାହାବି ଅସୁବିଧା ହୋଇଛି, ସେଥିପାଇଁ ଦୁଃଖ ପ୍ରକାଶ କରୁଛୁ, ସେ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ।

ତଥ୍ୟ ମୁତାବକ, ମହିଳା ହୋମଗାର୍ଡ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସୈରିଦ୍ରୀ ଉଲ୍ଲେଖ କରିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି। ଗଲା ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ‌ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ମଧ୍ୟ ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe