ମାନବିକତା ଦେଖାଇଲେ ମହିଳା ସରପଞ୍ଚ ଓ ପୁଲିସ ଏସ୍‌ଆଇ

Advertisment
ମାନବିକତା ଦେଖାଇଲେ ମହିଳା ସରପଞ୍ଚ ଓ ପୁଲିସ ଏସ୍‌ଆଇ

ପାରଳାଖେମୁଣ୍ତି : ପାରଳାଖେମୁଣ୍ଡି ଅଞ୍ଚଳରେ ଦୁଇ ଜଣ ମହିଳା ସେମାନଙ୍କ ବଦାନ୍ୟତା ଏବ˚ ସାମାଜିକ ଦାୟିତ୍ବ ତୁଲାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସହର ଉପକଣ୍ଠ କେରାଣ୍ତି ଗ୍ରାମ ପଞ୍ଚାୟତର ସରପଞ୍ଚ ରାଗେଟି ରାଣୀ ଆଜି ରାସ୍ତାକଡ଼ରେ ବେହୋସ୍‌ ହୋଇ ପଡ଼ି ରହିଥିବା ଜଣେ ବେସାହାରା ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଓ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କର କେହି ପରିବାର ସଦସ୍ୟ ମୃତଶରୀରକୁ ନେବା ପାଇଁ ଆଗ୍ରହ ଦର୍ଶାଇ ନଥିଲେ। ସରପଞ୍ଚ ଆର.ରାଣୀ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ସବୁ ବ୍ୟବସ୍ଥା କରିଥିଲେ। ଶେଷ ପର୍ଯ୍ୟନ୍ତ ଶ୍ମଶାନରେ ଉପସ୍ଥିତ ରହି ତଦାରଖ କରିଥିଲେ।

ସେହିପରି ଅନ୍ୟ ଏକ ଘଟଣାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପଲାସା ଥାନାରେ କାର୍ଯ୍ୟରତ ଜଣେ ମହିଳା ସବ୍‌ଇନ୍ସପେକ୍ଟର କେ.ସିରିଶା ଜଣେ ଅଚିହ୍ନା ବୃଦ୍ଧାଙ୍କ ମର ଶରୀରକୁ ନିଜେ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ସେ ସବୁ ପ୍ରକାର ବନ୍ଦୋବସ୍ତ କରି ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ। ଶ୍ରୀକାକୁଲମ ଜିଲ୍ଲାରେ ସମେତ ଗଜପତିରେ ଏହି ଘଟଣା ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe