ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ଆସିଲେନି ଜାତି ଭାଇ, ଅସହାୟ ବୃଦ୍ଧଙ୍କ ଶବ ସତ୍କାର ପାଇଁ ସହଯୋଗ କଲେ ମହିଳା ସରପଂଚ

ଶିକାର ହୋଇଗଲେ ଶିକାରୀ

www.indiatoday.in

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଂଚାୟତର ବାହାଲଭଟଲି ଗାଁର ଅସହାୟ ବୃଦ୍ଧ ବାବୁଲାଲ ପୁଟେଲ(୬୫)ଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିଲା। ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ଶବକୁ କାନ୍ଧ ଦେବାକୁ ଜାତି ଭାଇ କେହି ଆସି ନଥିଲେ। ଫଳରେ ଅନେକ ସମୟ ଧରି ଘରେ ମୃତଦେହ ପଡ଼ି ରହିଥିଲା। ଘରେ ଅସହାୟ ବୃଦ୍ଧା ସ୍ତ୍ରୀ, ବିଧବା ଝିଅ ଏବଂ ନାତୁଣୀ ଅଛନ୍ତି।

publive-image

ଏହି ଖବର ପାଇ ସ୍ଥାନୀୟ ସରପଂଚ ରଂଜିତା ସୁନା ଏବଂ ତାଙ୍କ ସ୍ବାମୀ ଲଳିତ ସୁନା ଗାଁରେ ପହଂଚି ଶବ ସତ୍କାର ପାଇଁ ବୁଝାଇଥିଲେ। ଝିଅ ଏବଂ ନାତୁଣୀ ଶବ କାନ୍ଧେଇ ସତ୍କାର ପାଇଁ ତାଙ୍କ ଜମିକୁ ନେଇଥିଲେ। ସେଠାରେ ସରପଂଚ ନିଜେ ଗାତ ଖୋଳିବାରେ ଓ ଶବ ସତ୍କାର କରିବାରେ ସହଯୋଗ କରିଥିଲେ। ସରପଂଚଙ୍କ ଏହି କାମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe