ମହିଳା ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଛଡ଼ାଇ ନେଲେ

ଆଜି ନାଏବ୍ ସରପଞ୍ଚ ନିର୍ବାଚନ

The Economic Times

ଯୋଡ଼ା : ଜଣେ ମହିଳା ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ କିଛି ଲୋକ ତାଙ୍କୁ ଧମକଚମକ ଦେଇ ନାମାଙ୍କନ ଫର୍ମ ଛଡ଼ାଇ ନେଇଛନ୍ତି। ଫଳରେ ସମ୍ପୃକ୍ତ ମହିଳା ନାମାଙ୍କନ ଦାଖଲ କରିବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତରେ। ଏନେଇ ମହିଳା ଜଣଙ୍କ ଲିଖିତ ଭାବେ ବିଡିଓ ଏବଂ ବାମେବାରୀ ଥାନାରେ ଜଣାଇବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବଡ଼କାଳିମାଟି ପଞ୍ଚାୟତ ପୁରୁଣାଡିହ ଗ୍ରାମର ‌ଗୌରୀ ନାୟକ ସରପଞ୍ଚ ପଦବିରେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ। ଆଜି ନାମାଙ୍କନ ଦାଖଲର ଶେଷଦିନ ଥିବାରୁ ସେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ନିଜ ସମର୍ଥକଙ୍କ ସହ ବଡ଼କାଳିମାଟି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବା ପାଇଁ ଅପେକ୍ଷା କରିଥିବା ବେଳେ କିଛିଲୋକ ପହଞ୍ଚି ଗୌରୀଙ୍କ ସମେତ ତାଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କୁ ଗାଳିଗୁଲଜ କରିଥିଲେ। ସେମାନେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଲୋକ କହି ଧମକଚମକ ଦେଇଥିଲେ। ଶେଷରେ ଗୌରୀଙ୍କ ହାତରୁ ନାମାଙ୍କନ ଫର୍ମ ଛଡ଼ାଇ ନେଇଥିଲେ। ଫଳରେ ଗୌରୀ ନାମାଙ୍କନପତ୍ର ଦାଖଲ କରିବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ସେ ବିଡିଓ ଜଗନ୍ନାଥ ହନୁମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ବିଡିଓ କହିଛନ୍ତି। ଜଣେ ମହିଳା ପ୍ରାର୍ଥୀଙ୍କ ସହ ହୋଇଥିବା ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe