newsroomodisha.com
ଭୁବନେଶ୍ବର : ରାଜ୍ୟରେ ଧାନ ସଂଗ୍ରହ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୬୮୭ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯାଇଛି। ଏଥିରେ ଖରିଫ ଧାନ ସଂଗ୍ରହ ପାଇଁ ୫୬୨ଟି ଓ ରବି ଧାନ ସଂଗ୍ରହ ପାଇଁ ୧୨୫ଟି ଏସ୍ଏଚ୍ଜିକୁ ନିୟୋଜିତ କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।
ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ଯେ ୨୦ଟି ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମହିଳା ଏସ୍ଏଚ୍ଜିଙ୍କୁ ନିୟୋଜିତ କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦୦ଟି ଏବଂ ବୌଦ୍ଧରେ ସର୍ବନିମ୍ନ ଗୋଟିଏ ଏସ୍ଏଚ୍ଜିକୁ ନିୟୋଜିତ କରାଯାଇଛି।
Aaj Takଧାନ ସଂଗ୍ରହ ପାଇଁ ମହିଳା ଏସ୍ଏଚ୍ଜିଙ୍କୁ ନିୟୋଜିତ କରିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଗ୍ରାମପଞ୍ଚାୟତରେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ବୃହତକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଧାନ ସଂଗ୍ରହରେ ଅଂଶଗ୍ରହଣ କରୁନଥିବେ, ସେଠାରେ ମହିଳା ଏସ୍ଏଚ୍ଜିଙ୍କୁ ସାମିଲ କରାଯାଇପାରିବ କିମ୍ବା ଯେଉଁ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହରେ ଅସୁବିଧା ହେଉଥିବ ସେଠାରେ ମହିଳା ଏସ୍ଏଚ୍ଜିଙ୍କୁ ସାମିଲ୍ କରାଯାଇପାରିବ।
ଯେଉଁ ମହିଳା ଏସ୍ଏଚ୍ଜିଙ୍କର ଆବଶ୍ୟକ ଭିତ୍ତିଭୂମି ଥିବ ଯଥା ଅଫିସ ଗୃହ, କର୍ମଚାରୀ, ଆର୍ଥିକ ସାମର୍ଥ୍ୟ ଓ କମ୍ପ୍ୟୁଟର ସହିତ ସ୍ଥିର ଇଣ୍ଟରନେଟ୍ ସୁବିଧା ଥିବ ସେମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ନିୟୋଜିତ କରିବାକୁ ଚୟନ କରାଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।
Follow Us