Times of India
ଭଦ୍ରକ : ଯୌନ ଶୋଷଣ ଅଭିଯୋଗରେ ଭଦ୍ରକ ଜିଲ୍ଲା ଚୂଡାମଣି ମେରାଇନ୍ ଥାନାର ମହିଳା ସବଇନ୍ସପେକ୍ଟର ତପସ୍ବିନୀ ମହାପାତ୍ରଙ୍କୁ ଗିରଫ କରିଛି ପୁଲିସ। ଏହି ସଙ୍ଗିନ ମାମଲାରେ ତପସ୍ବିନୀ ଜେଲ୍ ଗଲା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସ୍ପି ବରୁଣ ଗୁଣ୍ଠୁପାଲୀ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକରା ଅଞ୍ଚଳର ଜଣେ ମହିଳା ଚୂଡାମଣି ମେରାଇନ୍ ଥାନା ଏସ୍ଆଇ ତପସ୍ବିନୀ ମହାପାତ୍ରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ତପସ୍ବିନୀଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Follow Us