କଞ୍ଚାମାଲ ଅଭାବରୁ ଫେରୋକ୍ରୋମ୍‌ କାରଖାନା ବନ୍ଦ

Advertisment

ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିଚାଳିତ ଯାଜପୁରରୋଡ୍‌ସ୍ଥିତ ଫେରୋକ୍ରୋମ କାରଖାନାର ଦୁଇଟିଯାକ ଫର୍ଣ୍ଣେସ୍ ବନ୍ଦ ହୋଇଯାଇଛି। ଉତ୍ପାଦନ ପାଇଁ ଆବଶ୍ୟକ ପରିମାଣର କୋକ୍‌ ନଥିବାରୁ ଗତ ମଙ୍ଗଳବାରଠାରୁ ଏଭଳି ସ୍ଥିତି ଉପୁଜିଛି।

ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିଚାଳିତ ଯାଜପୁରରୋଡ୍‌ସ୍ଥିତ ଫେରୋକ୍ରୋମ କାରଖାନାର ଦୁଇଟିଯାକ ଫର୍ଣ୍ଣେସ୍ ବନ୍ଦ ହୋଇଯାଇଛି। ଉତ୍ପାଦନ ପାଇଁ ଆବଶ୍ୟକ ପରିମାଣର କୋକ୍‌ ନଥିବାରୁ ଗତ ମଙ୍ଗଳବାରଠାରୁ ଏଭଳି ସ୍ଥିତି ଉପୁଜିଛି।

fshfshsffhsh

ବ୍ୟାସନଗର: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିଚାଳିତ ଯାଜପୁରରୋଡ୍‌ସ୍ଥିତ ଫେରୋକ୍ରୋମ କାରଖାନାର ଦୁଇଟିଯାକ ଫର୍ଣ୍ଣେସ୍ ବନ୍ଦ ହୋଇଯାଇଛି। ଉତ୍ପାଦନ ପାଇଁ ଆବଶ୍ୟକ ପରିମାଣର କୋକ୍‌ ନଥିବାରୁ ଗତ ମଙ୍ଗଳବାରଠାରୁ ଏଭଳି ସ୍ଥିତି ଉପୁଜିଛି। ଫେରୋକ୍ରୋମ ଉତ୍ପାଦନ ପାଇଁ କୋକ୍ ଏକ ଅପରିହାର୍ଯ୍ୟ କଞ୍ଚାମାଲ। କିନ୍ତୁ କାରଖାନାରେ ଏହାକୁ ଯଥେଷ୍ଟ ପରିମାଣରେ ମହଜୁଦ ରଖାଯାଉନାହିଁ। ଫଳରେ କାରଖାନାରେ ବାରମ୍ବାର ଅଚଳାବସ୍ଥା ଉପୁଜୁଛି। ଏ ସମ୍ପର୍କରେ କାରଖାନାର ପରିଚାଳନା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ାଙ୍କୁ ପଚାରିବାରୁ ସେ କଞ୍ଚାମାଲ ଅଭାବକୁ ସ୍ବୀକାର କରିଥିଲେ ମଧ୍ୟ ମରାମତି ପାଇଁ ଫର୍ଣ୍ଣେସ ବନ୍ଦ ରହିଛି ବୋଲି କହିଛନ୍ତି। ୫/୬ଦିନ ପରେ ପୁଣି କାରଖାନା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

ମରାମତି ଲାଗି ଫର୍ଣ୍ଣେସ୍‌ ବନ୍ଦ ରହିଛି: କର୍ତ୍ତୃପକ୍ଷ

ପ୍ରକାଶ ଯେ, ଫେରୋକ୍ରୋମ କାରଖାନାରେ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ବିଭ୍ରାଟ ଦେଖାଦେଉଛି। ପୂର୍ବରୁ ୨୦୨୨ ଡିସେମ୍ବରଠାରୁ ଏହା ବନ୍ଦ ରହିଥିବା ବେଳେ ୨୦୨୩ ଜୁନ ୮ରେ ଓଏମ୍‌ସି ଅଧୀନକୁ ଯାଇଥିଲା। ଦୀର୍ଘ ପ୍ରତୀକ୍ଷା ପରେ ୨୦୨୩ ଡିସେମ୍ବର ୧୮ ତାରିଖରୁ ପୁନର୍ବାର ଉତ୍ପାଦନ ଆରମ୍ଭ ହୋଇଥିଲା। ତେବେ ଉତ୍ପାଦନ ହେବାର ୧୦ ମାସ ନପୂରୁଣୁ କାରଖାନାରେ ଅଚଳାବସ୍ଥା ଦେଖିବାକୁ ମିଳିଥିବା ବେଳେ କଞ୍ଚାମାଲ ଅଭାବ ଯୋଗୁଁ ଗତ ୩ମାସ ଧରି ଏଭଳି ଅବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ପୂର୍ବରୁ କାର୍ବନ୍‌ପେଷ୍ଟ, କ୍ରୋମାଇଟ୍‌ ଅଭାବରୁ ଅଚଳାବସ୍ଥା ଦେଖାଦେଇଥିଲା। ଏହାଛଡ଼ା କାରଖାନା ପରିଚାଳନା ପାଇଁ ବୈଷୟିକ ବିଶେଷଜ୍ଞଙ୍କର ମଧ୍ୟ ଅଭାବ ରହିଛି। ପରିଚାଳନାଗତ ତ୍ରୁଟି ପାଇଁ କାରଖାନାରେ ଶ୍ରମିକ ଅସନ୍ତୋଷ ଦେଖାଦେଇଛି। ଫର୍ଣ୍ଣେସ୍ ବନ୍ଦ ହେବା କାରଣରୁ ଏଠାରେ କାମ କରୁଥିବା ଦୁଇଶହ ଠିକା କର୍ମଚାରୀ କାମ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲାର ଏହି ସର୍ବପୁରାତନ ଫେରୋକ୍ରୋମ୍‌ କାରଖାନା ୧୯୬୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହାର ବିକାଶ ବଦଳରେ ବାରମ୍ବାର ପରିଚାଳନାଗତ ତ୍ରୁଟି ଲାଗି ରହିଥିବାରୁ ସରକାର ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe