ଚୋରା ପୋର୍ଟେବୁଲ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ରେ ଚାଲିଛି ଗର୍ଭ ନିରୂପଣ

Advertisment

ନିୟମିତ ବ୍ୟବଧାନରେ ସ୍ଥାନ ବଦଳାଉଛନ୍ତି ରାକେଟ୍

ନିୟମିତ ବ୍ୟବଧାନରେ ସ୍ଥାନ ବଦଳାଉଛନ୍ତି ରାକେଟ୍

କଟକରେ ଅବୈଧ ଭ୍ରୂଣ ନିରୂପଣ ଓ ଗର୍ଭନଷ୍ଟର ରାକେଟ୍‌

The New York Times

ଭୁବନେଶ୍ବର : କଟକରେ ଏକ ବେଆଇନ ଲିଙ୍ଗ ନିରୂପଣ ରାକେଟ୍‌ ଧରା ପଡ଼ିବା ପରେ ଚୋରା ପୋର୍ଟେବୁଲ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ଚର୍ଚ୍ଚାକୁ ଆସିଛି। ୨୦୧୨ ମସିହାରୁ କେନ୍ଦ୍ର ସରକାର ଏଭଳି ପୋର୍ଟେବୁଲ ମେସିନ୍‌କୁ ନିଷିଦ୍ଧ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ପରିସ୍ଥିତିରେ ବେଡସାଇଟ୍‌ ଚିକିତ୍ସା ପାଇଁ ଏହାର ଅନୁମତି ରହିଛି। ହେଲେ ଚୋରାରେ ଏହି ମେସିନ୍‌ ଓଡ଼ିଶାକୁ ଆସୁଛି। ରାଜ୍ୟ ସରକାର ବେଆଇନ ଲିଙ୍ଗ ନିରୂପଣକୁ ରୋକିବା ଲାଗି ଏକାଧିକ ପଦକ୍ଷେପ ନେଉଥିଲେ ହେଁ ବେଆଇନ କାର୍ଯ୍ୟ ଅନ୍ୟ ବାଟରେ ବଢ଼ି ଚାଲିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବେଆଇନ ଲିଙ୍ଗ ନିରୂପଣ ପାଇଁ ଏକ ଦଲାଲ ଗୋଷ୍ଠୀ ସକ୍ରିୟ ଅଛନ୍ତି। ନିୟମିତ ବ୍ୟବଧାନରେ ସେମାନେ ସ୍ଥାନ ପରିବର୍ତନ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ କୁହାଯାଉଛି। ସେଠାରେ ପହଞ୍ଚିବା ପରେ ସଂପୃକ୍ତ ମହିଳାଙ୍କ ପରିବାରର ଅଗୋଚରରେ ଅନ୍ୟ ଏକ ସ୍ଥାନକୁ ନିଆଯାଉଛି। କଟକରେ ଚଢ଼ାଉ ସମୟରେ ଅନୁଗୁଳ, ପାଲଲହଡ଼ା ଭଳି ଦୂର ସ୍ଥାନରୁ ଲୋକମାନେ କଟକରେ ବେଆଇନ ଲିଙ୍ଗ ନିରୂପଣ ପାଇଁ ଆସିଥିବା ଜଣାପଡ଼ିଥିଲା। ତେବେ ଏହି ମେସିନ୍ କେଉଁଠାରୁ ଆସୁଛି ତାହାର ଟେର୍ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପାଉନାହିଁ।

publive-image Medical News Today

ତେବେ କେବଳ କଟକ ନୁହେଁ ରାଜଧାନୀ ସମେତ ଅନ୍ୟ ସ୍ଥାନରେ ଏଭଳି ମେସିନ୍ ସହାୟତାରେ ଲିଙ୍ଗ ନିରୂପଣ ଚାଲିଛି କି ନାହିଁ ତାହା ଅସ୍ପଷ୍ଟ। ରାଜ୍ୟ ସରକାର ସୂଚନାଦାତା ପ୍ରୋତ୍ସାହନ ଯୋଜନା ଘୋଷଣା କରିବା ପରେ ମଧ୍ୟ ସୂଚନା ସଂଖ୍ୟାରେ ଯେଉଁଭଳି ଭାବେ ବୃଦ୍ଧି ହେବା ଆଶା କରାଯାଉଥିଲା ତାହା ଦେଖିବାକୁ ମିଳିନାହିଁ। ତେଣୁ ଲୋକଙ୍କ ପାଖରେ ଏହି ଯୋଜନା ସଂପର୍କରେ ସୂଚନା ପହଞ୍ଚିପାରି ନ ଥିବା ଅନୁମାନ କରାଯାଉଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ବେଆଇନ ଲିଙ୍ଗ ନିରୂପଣ ସଂପର୍କରେ ସୂଚନା ମିଳିଲେ ଏଭଳି ଅଚାନକ ଚଢ଼ାଉ କରାଯିବ। କଟକର ମାମଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଆରମ୍ଭ ହୋଇଥିବା ସୂଚନାଦାତା ପ୍ରୋତ୍ସାହନ ଯୋଜନାରେ ସାମିଲ୍ କରାଯିବ। ଏହି ଯୋଜନାରେ ସୂଚନା ପ୍ରଦାନକାରୀଙ୍କୁ ୨୫ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଥିବା ଡା.ପାଣିଗ୍ରାହୀ କହିଛନ୍ତି।

ଅପରପକ୍ଷରେ ପୁରୀ ଜିଲ୍ଲା ଚନ୍ଦନପୁର ସିଏଚ୍‌ସିର ଡାକ୍ତର ପୁଣ୍ୟ‌ଶ୍ଲୋକ ଦାସଙ୍କ କଟକସ୍ଥିତ ଫ୍ରେଣ୍ଡସ୍‌ କଲୋନିସ୍ଥିତ ଘରେ ଚଢ଼ାଉ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe