ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପଛରେ ଖୋଲାରେ ପଡି ରହିଛି ଶହ ଶହ ସାର ବସ୍ତା

Advertisment
ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପଛରେ ଖୋଲାରେ ପଡି ରହିଛି ଶହ ଶହ ସାର ବସ୍ତା

ରାୟଗଡ଼ : ରାୟଗଡ଼ ସରକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପଛରେ ଥିବା ପୁଲିସ କ୍ବାର୍ଟର ସମ୍ମୁଖରେ ଶହ ଶହ ସାର ବସ୍ତା ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ଉଦ୍ୟାନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ - ସାର ରଖିବା ପାଇଁ ଆମ ପାଖରେ ଗୋଦାମ ନାହିଁ। ଚାଷୀମାନଙ୍କ ପାଇଁ ଆସିଛି । ଆମେ ଚାଷୀମାନଙ୍କୁ ଦେଉଛୁ। ଏଣୁ, ବାହାରେ ପଡ଼ି ରହିଛି ବୋଲି ସେ କହିଛନ୍ତି।

ତେବେ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏ କାହିଁକି ଗୋଦାମ ଗୃହ ନିର୍ମାଣ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠିଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷିର ବିକାଶ ଏବଂ କୃଷକମାନଙ୍କ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ, ରାୟଗଡ଼ ସରକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ରକ୍ଷଣାବେକ୍ଷଣର ଅଭାବ ହେତୁ ବହୁ ଟଙ୍କାର ସାର ବର୍ତ୍ତମାନ ନଷ୍ଟ ହେବାରେ ଲାଗିଛି। ଗତ ଦିନରେ ପାଞ୍ଚ ପାଞ୍ଚଟି ଲଘୁଚାପ ଜନିତ ବର୍ଷା, ଖରା, ଶୀତ କାକର ଖାଇ ଏହି ସାରବସ୍ତାଗୁଡ଼ିକ ପଡ଼ି ରହିଥିବା ବେଳେ ଏହାକୁ ଘୋଡ଼ାଇ ରଖିବା ପାଇଁ ତାର୍ପୋଲିନ୍ ମଧ୍ୟ ପକାଯାଇନି। ରାୟଗଡ଼ ବ୍ଲକର କୃଷକମାନଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଗଜପତି ଜିଲ୍ଲା ଉଦ୍ୟାନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଏକ ଗୋଦାମ ଗୃହ ନିର୍ମାଣ‌ କରନ୍ତୁ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe