ହାଇଦ୍ରାବାଦର ରେଳ ଧାରଣାରୁ ଓଡ଼ିଆ ଶ୍ରମିକଙ୍କ ଶବ ଉଦ୍ଧାର

Advertisment
ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗାଁର ଦେବାନନ୍ଦ ପୁଝାରୀ (୨୭ବର୍ଷ) ନାମକ ଜଣେ ଯୁବକ ୨ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦ ନିକଟ ରେଳ ଧାରଣାରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ରେଳ ଧାରଣାରେ କ୍ଷତାକ୍ତ ଶବ ପଡ଼ିଥିବା ଖବର ପାଇ ସେଠିକାର ଜିଆର୍‌ପି ପହଞ୍ଚି ଜବତ କରିଥିଲା।

ଆଧାର ଓ ପାନ୍‌କାର୍ଡରୁ ତାଙ୍କ ପରିଚୟ ପାଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁଘଟିଛି ଜଣାପଡ଼ି ନାହିଁ। ଯୁଆନ ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ପରିବାର ଲୋକେ ଶବ ଆଣିବାକୁ ହାଇଦ୍ରାବାଦ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe